ୟୁକ୍ରେନ ସ୍ତ୍ରୀଙ୍କ ସହ ଫସି ରହିଛିନ୍ତି ହିନ୍ଦୁସ୍ଥାନ ସ୍ୱାମୀ

0

ନୂଆଦିଲ୍ଲୀ : ୟୁକ୍ରେନ- ରୁଷରେ ଘମାଘୋଟ ଲଢେଇ । ଏହି ଯୁଦ୍ଧଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । କିନ୍ତୁ ଦିଫାଂଶୁ ପ୍ରତାପ ସିଂହ ରାଣା ନାମକ ଜଣେ ଯୁବକ ଭାରତୀୟ ହୋଇ ମଧ୍ୟ ୟୁକ୍ରେନରୁ ଭାରତ ଫେରି ପାରୁନାହାନ୍ତି । ସେ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପରେ ସେଠାରେ ଚାକିରି କରିଥିଲେ । ସେହିଠାରୁ ହିଁ ୟୁକ୍ରେନର ଯୁବତୀ ନତାଲିୟାଙ୍କୁ ବିବାହ କରିଥିଲେ । ତାଙ୍କର ୪ ମାସର ପୁଅ ମଧ୍ୟ ରହିଛି । ଅପରେସନ ଗଙ୍ଗା ଜରିଆରେ ଦିପାଶୁଂଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଚାହୁଁଛନ୍ତି । କିନ୍ତୁ ପତ୍ନୀ ନତାଲିୟାଙ୍କ ନିକଟରେ ଭାରତୀୟ ନାଗରିକତା କିମ୍ବା ଭାରତୀୟ ଭିସା ନଥିବାରୁ ତାଙ୍କୁ ୟୁକ୍ରେନରୁ ଭାରତ ଆଣି ପାରୁନାହାନ୍ତି । ସେପଟେ ଦିପାଶୁଂଙ୍କ ପତ୍ନୀ କହିଛନ୍ତି, ପୁଅକୁ ନିଅ, ଯଦି ତୁମେ ଜୀବିତ ରୁହ, ତେବେ ତୁମେ ପୁଣି ମୋତେ ଦେଖା କରିବାକୁ ଆସିବ । ଅନ୍ୟପକ୍ଷରେ ଭାରତୀୟ ସ୍ୱାମୀ କହିଛନ୍ତି, ମୁଁ ଯିବି ନାହିଁ । ଏହି ଖବର ରାଜସ୍ଥାନର କିଛି ଛାତ୍ରଙ୍କ ମାଧ୍ୟରେ ସାମ୍ନାକୁ ଆସିଥିଲା । ଏହାପରେ ପରିବାର ଲୋକେ ସାମାଜିକ ତଥା କଂଗ୍ରେସ କର୍ମୀ ଚର୍ମେଶ ଶର୍ମା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ପହଞ୍ଚି ଦିପାଂଶୁଙ୍କୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି । ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଏକ ଅଭିଯୋଗ ପଞ୍ଜିକରଣ କରି ମାନବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ଏହି ଦମ୍ପତିଙ୍କୁ ଭିସା ପ୍ରଦାନ ଏବଂ ନିଜ ଦେଶକୁ ନିରାପଦରେ ଫେରିବା ପାଇଁ ଦାବି କରିଛନ୍ତି ଚର୍ମେଶ । ଦିପାଂଶୁଙ୍କ ପାଖରେ ଭାରତୀୟ ନାଗରିକତା ପ୍ରମାପତ୍ର ସମେତ ବିବାହ ଦସ୍ତାବିଜ ଓ ତାଙ୍କ ୪ ବର୍ଷର ପୁଅଙ୍କର ଜନ୍ମ ପ୍ରମାଣ ପତ୍ର ରହିଛି । କିନ୍ତୁ ପତ୍ନୀଙ୍କର କୈାଣସୀ ପ୍ରମାଣ ପତ୍ର ନଥିବାରୁ ସେ ଭାରତ ଆସି ପାରୁନାହାନ୍ତି । ଯେଉଁଥିଲା ଦିପାଂଶୁ ଯିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି । ଏବେ ସେହି ଦମ୍ପତି ମାଲଡୋଭା ସୀମାରେ ପଡି ରହିଛନ୍ତି । ଦିପାଂଶୁ କହିଛନ୍ତି ,ସେମାନଙ୍କୁ ଏକୁଟିଆ ଛାଡି ଚାଲିଯିବା ମୋ ପାଇଁ ଅସମ୍ଭବ ।