ପତି ପନ୍ନୀ ଓ ସେ

0

ବ୍ୟୁରୋ:ଥାଇଲାଣ୍ଡ ରାଜତନ୍ତରେ ସଂସ୍କାର ଆଣିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ କରୁଥିବା ସମୟରେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ପ୍ରେମିକା ସିନୀନାତ ଓରଫ କୋଇଙ୍କ ୧୪୪୩ଟି ଫଟୋ ଲିକ ହୋଇଯାଇଛି । ସେଥିରେ କେବଳ ତାଙ୍କର ନଗ୍ନ ଓ ଅଦ୍ଧନଗ୍ନ ଫେଟା ରହିଛି । ରାଜାଙ୍କ ପତ୍ନୀ ତଥା ସୁଥିଡା ଓବ ଉପପତ୍ନୀ କୋଇଙ୍କ ମଧ୍ୟରେ ଝଗଡା ଲାଗିଥିବାରୁ ଏହି ଫଟୋଗୁଡିକ ଲିକ୍ କରାଯାଇଛି ।

ନିକଟରେ କୋଇ ଜେଲରୁ ରାଜାଙ୍କ ପାଖକୁ ଫେରିଥଲେ ସେଥିପାଇ ଏହି ଫଟୋ ଗୁଡିକୁ ରାଣୀ ଲିକ୍ କରିଥିବା କୁହାଯାଉଛି । ସେ ଥାଇଲାଣ୍ଡର ସବୁଠାରୁ ବୟୋଜୋଷ୍ଠ ସମ୍ରାଟ ଅଟନ୍ତି । ନିଜର ବିଳାସପୂର୍ଣ ଜୀବନ ପାଇଁ ବେଶ ପରିଚିତ, ତାଙ୍କର ଟୋଟାଲ ସମ୍ପତିର ମୂଲ୍ୟ ୪୩ ବିଲିୟନ ଡଲାରରୁ ଅଧିକା । ଏବଂ ତାଙ୍କୁ ବିଶ୍ୱର ଅନ୍ୟତମ ଧନୀ ଭାବରେ ବିବେଚନା କରାଯାଏ । ସେ ମୋଟ ୩ଟି ବିବାହ କରିଥିବା ବେଳେ ତାଙ୍କର ୭ଟି ସନ୍ତାନ ରହିଛି । ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାଜାଙ୍କୁ ଟ୍ରୋଲ ହେବାକୁ ପଡିଛି ।