କଂଗ୍ରେସ ଛାଡିବାବେଳେ କାହା ବିରୋଧରେ କହିନଥିଲି, ବିଜେପି ଛାଡିଲା ବେଳେ ମଧ୍ୟ କାହା ବିରୋଧରେ କହିବି ନାହିଁ:ଗିରିଧର ଗମାଙ୍ଗ
ଭୁବନେଶ୍ୱର:ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା ଜ୍ଝ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ। ତେବେ ଦୁହେଁ ନେତା ଆଗାମୀ କିଛି ଦିନ ଭିତରେ କେସିଆରଙ୍କ ବିଆରଏସରେ ସାମିଲ ହୋଇ ଓଡିଶାର ଦାୟିତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜ ଇସ୍ତଫା ନେଇ ପ୍ରେସମିଟ୍ କରିବା ସହ ଗିରିଧର ଗମାଙ୍ଗ ବିଜେପିକୁ ତେରେଛା ତୀର ମାରିଛନ୍ତି । ଦଳରେ ତାଙ୍କୁ ଯେତିକି ଗୁରୁତ୍ୱ ଦିଆଯିବା କଥା,ସେତିକି ଗୁରୁତ୍ୱ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଜାଣିଶୁଣି ଡେରିରେ କାର୍ଯ୍ୟକ୍ରମର ସୂଚନା ଦିଆଯାଉଥିଲା । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା । ଯେତିକି କାର୍ଯ୍ୟକ୍ରମରେ ତାଙ୍କୁ ଡକା ଯାଉଥିଲା, ସେତିକି କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ । ଯେଉଁଠିକି ଡକାଯାଉନଥିଲା, ସେଠିକି ସେ ଯାଉନଥିଲେ ।
ଯେତିକି ଡାକୁଥିଲେ, ଯାଉଥିଲେଟ୍ଟଯେତିକି ପଚାରୁଥିଲେ, ସେତିକି କହୁଥିଲି ବୋଲି କହିଛନ୍ତି ଗିରିଧର ଗମାଙ୍ଗ ।ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ଅନ୍ୟପଟେ ତାଙ୍କ ପୁଅ ଶିଶିର ଗମାଙ୍ଗୋ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ୨୦୧୫ ମସିହାରେ ମୋଦୀଙ୍କ ନେତୃତ୍ୱ ଦକ୍ଷତା ଦେଖି ସେ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏହି ସମୟ ଭିତରେ ସେ ତାଙ୍କ ଆଦିବାସୀ ସମ୍ପ୍ରଦାୟ ପାଇଁ କିଛି ବି କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି।
କଂଗ୍ରେସ ଛାଡିବାବେଳେ କାହା ବିରୋଧରେ କହିନଥିଲି, ବିଜେପି ଛାଡିଲା ବେଳେ ମଧ୍ୟ କାହା ବିରୋଧରେ କହିବି ନାହିଁ । ଯେଉଁମାନେ ମତେ ବିଜେପିକୁ ନେଇଥିଲେ ସେମାନଙ୍କୁ ଧନ୍ୟବାଦ। ହ୍ୟୁମଲେସନ ହେଲେ ସହିବି ନାହିଁ ଜ୍ଝ ମତେ ନିର୍ବାଚନ ଲଢ଼ିବାର ନାହିଁ, ଶିଶିର ଲଢ଼ିପାରେ ବୋଲି କହିଛନ୍ତି ଗିରିଧର ଗମାଙ୍ଗ। ବିଜେପିର ଦଳୀୟ କାର୍ୟ୍ୟକ୍ରମକୁ ଡକାଯାଉନଥିଲା ଜ୍ଝ ଦେଖିକି ନଦେଖିଲା ଭଳି ବ୍ୟବହାର କରୁଥିଲେ । ଦଳ ଯେତିକି କାମ ଦେଇଛି ସେତିକି କରିଛିବୋଲି କହିଛନ୍ତି ଗିରିଧର ଗମାଙ୍ଗ । ସେହି ଭଳି ଶିଶିର ଗମାଙ୍ଗ କହିଛନ୍ତି ନବୀନ ବାବୁ ହେଉଛନ୍ତି ଅଲ ପାର୍ଟି ପ୍ରେସିଡେଣ୍ଟ। ଆମେ ଶୁଣୁଥିଲୁ ଓଡିଶା କଂଗ୍ରେସର ସଭାପତି ନିର୍ଣ୍ଣୟ କରନ୍ତି ନବୀନ ପଟନାୟକ ଜ୍ଝ ବିଜେପିକୁ ମ୍ୟାନେଜ କରୁଛନ୍ତି ନବୀନ ଜ୍ଝ ତେଣୁ ତାଙ୍କୁ ମୁଁ ସବୁ ଦଳର ସଭାପତି କହିବି ବିଜେପି ଅଣଦେଖା କରିଛି। ୨୦୧୫ରେ ବିଜେପିରେ ଯୋଗଦାନ କରିବା ପରେ ମତେ ୨୦୧୯ରେ କୋରାପୁଟ ସଂସାଦ ଭାବେ ପ୍ରାର୍ଥୀ କରିବାକୁ ପ୍ରତିଶୃତି ଦେଇଥିଲେ।
ହେଲେ ଗୁଣୁପୁର ବିଧାନସଭାରେ ପ୍ରାଥୀ କଲେ । ପଂଚାୟତରେ ଶେଷ ପର୍ୟ୍ୟାୟରେ ଲଢ଼ିବା ପାଇଁ କହିଲେ । ବିଜେପି ସଙ୍ଗଠନ ଠିକ ନଥିଲା । ଦକ୍ଷିଣ ଓଡିଶାର ଜଣେ ନେତା ସବୁବେଳେ ଡିଷ୍ଟର୍ବ କରୁଥିଲେ। ଏନେଇ ଧର୍ମେନ୍ଦ୍ରଙ୍କୁ କହିଥିଲି ସେ ବି କିଛି ନେତାଙ୍କୁ ଫୋନ କରିଥିଲେ । ସେଥିପାଇଁ ଧନ୍ୟବାଦ ହେଲେ କିଛି ହେଲାନି । ତାଙ୍କ କଥା କିଏ ଶୁଣୁଛନ୍ତି କି ନାହିଁ ମୁଁ ଜାଣିନି ବିଜେପି ଚାଲିଛି କେବଳ କାଗଜ କଲମରେ। ପଂଚାୟତ ନିର୍ବାଚନ ପୂର୍ବରୁ କୋରାପୁଟରେ ଦଳ କେବଳ କାଗଜ କଲମରେ ଚାଲିଛି ବୋଲି ଦଳର ବରିଷ୍ଠଙ୍କୁ ଅବଗତ କରାଇଥିଲି । କିନ୍ତୁ ଶୁଣିଲେ ନାହିଁ ଜ୍ଝ ମୁଁ ଗୁଣୁପୁରରେ ଯେତିକି ଭୋଟ ପାଇଥିଲି ସେତେକି ପାଇଲା ନାହିଁ। ବିଆରଏସ ଲାଗି ଓଡିଶାରେ ସୁଯୋଗ ଅଛି। ବିଆରଏସ ଓଡିଶାରେ ସର୍ଭେ କରିଛନ୍ତି । ଓଡିଶାରେ ସୁଯୋଗ ରହିଛି ବିରୋଧୀ ଦଳ ଓଡିଶାରେ ଯେଉଁକାମ କରିବା କଥା ସଠିକ ଭାବେ କରୁନାହାନ୍ତି । ଓଡ଼ିଶାରେ ଭାକ୍ୟୁମ ରହିଛି । ବିଆରଏସ ତାକୁ ପୂରଣ କରିପାରିବ । ଜୟରାମ ପାଙ୍ଗି ବିଆରଏସରେ ସାମିଲ ହେଲେ କିଛି ଅସୁବିଧା ନାହିଁ କିନ୍ତୁ ପାଙ୍ଗିଙ୍କ ଅଲଗା ରାଜ୍ୟ ଗଠନ ପ୍ରସ୍ତାବ ସହ ସହମତ ନୁହେଁ ବୋଲି କହିଛନ୍ତି ଶିଶିର ଗମାଙ୍ଗ ।