ମୋଦିଙ୍କ ସହ ସେଲଫି ନେବି

0

ନୂଆଦିଲ୍ଲୀ:ବର୍ମିଂହମ୍‌ରେ ଖେଳାଯାଉଛି ଅନେକ ଖେଳ ଏଥିରେ ସାମିଲ ହୋଇଛି ଆଉ ଏକ ସ୍ଵର୍ଣ |ବର୍ମିଂହମ୍‌ରେ ଖେଳାଯାଇଥିବା ୫୦ କେଜି ବର୍ଗର ମହିଳା ବିକ୍ସିଂରେ ସ୍ୱର୍ଣ୍ଣ ଜିତିଛନ୍ତି ନିକହତ ଜରିନ୍ ।ତେବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ପୁଣି ସେଲ୍‌ଫି ନେବାକୁ ଆଶା ପ୍ରକଟ କରିଛନ୍ତି ।ପୂର୍ବରୁ ମଧ୍ୟ ତେବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ପୁଣି ସେଲ୍‌ଫି ନେଇଥିଲେ | ତେଲଙ୍ଗାନାର ଏହି ବକ୍ସରଙ୍କ ପାଇଁ ଆହ୍ୱାନ ଥିଲା ଯେ, ସେ ବିଶ୍ୱ ଚାମ୍ପିଅନସିପରେ ୫୨ରୁ ନିଜ ଓଜନକୁ ୫୦ କିଲୋଗ୍ରାମ ଯାଏଁ କମ୍ କରିଥିଲେ ।

ଏହି ବର୍ଗ ଏସୀୟ କ୍ରୀଡ଼ା ସହିତ ଅଲିମ୍ପିକ ଖେଳର ମଧ୍ୟ ଅଂଶ । ଜରିନ ଏହି ଆହ୍ୱାନକୁ ସଫଳତାର ସାମ୍ନା କରି ଓଜନ କମାଇବା ସହ ନିଜ ପ୍ରତିଦ୍ୱନ୍ଦ୍ୱିକୁ ପରାସ୍ତ କରିଛନ୍ତି ।ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିକହତଙ୍କ ଏହା ପ୍ରଥମ ସ୍ୱର୍ଣ୍ଣ ।ନିକହତ ଜରିନ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ମଧ୍ୟ ରହିଛନ୍ତି । ସେ କହିଛନ୍ତି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇଛି ଏବଂ ଟି ସର୍ଟ ଉପରେ ଅଟୋଗ୍ରାଫ୍ ନେଇଥିଲି । ଏ ଥର ଗୋବ୍ଳସରେ ଅଟୋଗ୍ରାଫ୍ ନେବି ।