ବ୍ୟୁରୋ:କଂଗ୍ରେସ ସଭାପତି ର୍ନିବାଚନ ପାଇଁ ସରଗରମ ହେଉଛି ଜାତୀୟ ରାଜନୀତି । ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସମର୍ଥନ ହେତୁ ଖଡଗେଙ୍କ ସପକ୍ଷରେ ସଂଖ୍ୟାଗରିଷ୍ଠତା ଯାଇପାରେ । ହେଲେ ସାମ୍ନାରେ ପ୍ରତିଦ୍ୱନ୍ଦି କରୁଛନ୍ତି ଶଶୀ ଥରୁର । ଥରୁର ବି ନିଜ ସପକ୍ଷରେ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । କିନ୍ତୁ ଏହି ପରିସ୍ଥିତିରେ ବିରୋଧୀ ଖଡଗେଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧକ୍ଷ୍ୟା ସୋନିଆ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି ଆଜି ବି ଦଳରେ ରିମୋର୍ଟ କଣ୍ଟ୍ରୋଲ ପଲଟିକ୍ସି ଚାଲୁ ରହିଛି । ଆଉ ଆଗକୁ ଖଡଗେ ବି ଏହି ରିମୋର୍ଟ କଣ୍ଟ୍ରୋଲ ବ୍ୟବସ୍ଥାରେ ପଲିଟିକ୍ସି କରିବେ, ହେଲେ ଖଡଗେ କହିଛନ୍ତି କଂଗ୍ରେସ କେବେ ବି ରିମୋର୍ଟ କଣ୍ଟ୍ରୋଲ ବ୍ୟବସ୍ଥାରେ ପରିଚାଳିତ ନୁହେଁ । ଆଉ ବାକି ରହିଲା ମୋ କଥା, ଯଦି ମୁଁ ନିର୍ବାଚିତ ହୁଏ ଦଳର ଆଦର୍ଶ ଆଧାରରେ କାମ କରିବି । ଦଳର ସଭାପତି ସବୁବେଳେ ଦଳର କର୍ମକର୍ତ୍ତା ଓ ଦଳର ନିଷ୍ଫତି ଅନୁସାରେ ହିଁ କାମ କରନ୍ତି । କାରଣ କଂଗ୍ରେସ ର ସଭାପତି ଦଳୀୟ କର୍ମକର୍ତ୍ତା ହିଁ ବାଛିଥାନ୍ତି । ବିଜେପି କୁ କଟାକ୍ଷ କରି କହିଛନ୍ତି ପ୍ରଧାନମନ୍ତ୍ରୀ କଣ ପାଇଁ ତାଙ୍କ ଦଳରେ ସଭାପତି ନିର୍ବାଚନ କରୁନାହାନ୍ତି କେବଳ ଦଳୀୟ କର୍ମୀଙ୍କ ମତରେ ସଭାପତି ମନୋନୀତ କରୁଛନ୍ତି । ତେବେ ଏହି ପରିସ୍ଥିତିରେ ବିଜେପି ର ରିମୋର୍ଟ କଣ୍ଟ୍ରୋଲ ଉପରେ ପ୍ରଶ୍ନ କରିଛନ୍ତି ଖଡଗେ ।