ଭାରତ

ଚୀନ ଆକ୍ରାମକ ହେଲେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ବାୟୁ ସେନା ମୁଖ୍ୟ ଆର କେ ଏସ ବଦୋରିଆ କହିଛନ୍ତି, ଭାରତରେ ୮ଟି ରାଫେଲ ବିମାନ ପହଞ୍ଚି ସାରିଛି ଓ ଜାନୁଆରୀ ଶେଷ ସୁଦ୍ଧା ଆଉ ତିନିଟି ରାଫେଲ ଆସବା ସମ୍ଭାବନା ରହିଛି । ଡେଜର୍ଟ ନାଇଟ ୨୦୨୧ ଅଭ୍ୟାସ କାଳରେ ଗଣମାଧ୍ୟମକୁ ବଦୋରିଆ ଏହା କହିଛନ୍ତି । ଅଭ୍ୟାସ ପାଇଁ ଫ୍ରାନ୍ସରେ ଆମ ସହ ବହୁତ ରାଫେଲ ରହିଛି । ୨୦୨୩ ସୁଦ୍ଧା ସମସ୍ତ ରାଫେଲ ଆମକୁ ମିଳିଯିବ ବୋଲି ବଦୋରିଆ କହିଛନ୍ତି ।
ପୂର୍ବ ଲଦାଖରେ ଚୀନର ଅକ୍ରମଣାତ୍ମକ ଆଭିମୁଖ୍ୟର ଉତ୍ତରରେ ବଦୋରିଆ କହିଛନ୍ତି, ଯଦି ଚୀନ ଆକ୍ରାମକ ହେବ, ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ । ୧୧୪ମଲଟି ରୋଲ ଯୁଦ୍ଧ ବିମାନ କିଣିବା ପାଇଁ ରାଫେଲ ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ । ସେ ଆହୁରି କହିଛନ୍ତି, ଭାରତ ଯୁଦ୍ଧ ବିମାନର ୫ମ ସଂସ୍କରଣ ଓ ଡିଆରଡିଓ ଅଧୀନ୍ରେ ଆଡଭାନ୍ସଡ ମେଡିୟମ କମ୍ବାଟ ଏୟାର କ୍ରାଫ୍ଟ କାର୍ଯ୍ୟ ଆରମ୍ଭ କରି ଦେଇଛି । ତେବେ ଆମକୁ ପ୍ରଥମେ ଯୁଦ୍ଧ ବିମାନର ୫ମ ସଂସ୍କରଣ ଉପରେ ଅଧିକ ଫୋକସ ଦେବାକୁ ହେବ ।
ରାଜସ୍ଥାନର ଯୋଧପୁରଠାରେ ବୁଧବାରରୁ ୫ ଦିନ ବ୍ୟାପୀ ସମରାଭ୍ୟାସ କାର୍ଯ୍ୟକ୍ରମ ଡେଜର୍ଟ ନାଇଟ ୨୧ ହୋଇଛି । ଏହି ଅଭ୍ୟାସ ସିବିରରେ ଫ୍ରାନ୍ସରୁ ଆସିଥିବା ରାଫେଲ ଫାଇଟର ଜେଟ ମଧ୍ୟ ଭାଗ ନେଇଛି । ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲରେ ଚୀନ ସହ ଭାରତର ବିବାଦ ସମୟରେ ଆମେ ଫ୍ରାନ୍ସରୁ ରାଫଲ ହାସଲ କରିଛୁ ।

Related posts

ଆଧାର ଆଇନ ଉଲ୍ଲଂଘନ କଲେ ଦବାକୁ ପଡ଼ିବ ୧ କୋଟି ଟଙ୍କା ଜରିମାନା

Report

ଲଖନଉ ୟୁନିଭର୍ସିଟିରେ କର୍ମଯୋଗୀ ଯୋଜନାର ଶୁଭାରମ୍ଭ

Report

ସୀମାରେ ୬ ପାକ ଯବାନ ଗିରଫ: ଆକ୍ରମଣ ଷଡଯନ୍ତ୍ର କରୁଥିବା ସନ୍ଦେହ

Report

Leave a Comment