ଲୋକ ୨୫ ନହେଲେ,୫୦ ହଜାର

0

ମୁମ୍ବାଇ: କୋରୋନା ମହାମାରୀ ସଂକ୍ରମଣରେ ବେହାଲ ହୋଇପଡିଛି ସମଗ୍ର ମହାରାଷ୍ଟ୍ର । ଦୈନିକ ସଂକ୍ରମଣ ଏବଂ କୋରେନା ମୃତ୍ୟୁହାର ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟଛି । ମହାରାଷ୍ଟ୍ରରେ ଆଜି ସର୍ବାଧିକ କୋରୋନା ମୃତ୍ୟୁ ରେକର୍ଡ ହୋଇଛି । ଗୋଟିଏ ଦିନରେ ୫୬୮ ଜଣଙ୍କ ମୃତ୍ୟୁ ଏବେ ପର୍ଯ୍ୟନ୍ତ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ତେଣୁ ବାରମ୍ବାର କଟକଣାରେ ପରିବର୍ତ୍ତନ ସହ ଦିନକୁ ଦିନ କଡା କଟକଣା ଲାଗୁ କରାଯାଉଛି । ଏବେ ମଧ୍ୟ କଟକଣାରେ ଆଉ କିଛି ପରିବର୍ତ୍ତନ ଆଣିଛନ୍ତି ମହାରାଷ୍ଟ୍ର ସରକାର । ବିବାହ ଉତ୍ସବରେ ଯୋଗ ଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଗକୁ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଯୋଗ ଦେଇ ପାରିବେ । ଏଥିସହିତ ବାହାଘରର ସମସ୍ତ କାର୍ଯ୍ୟକ୍ରମ ମାତ୍ର ୨ ଘଣ୍ଟା ମଧ୍ୟରେ ଶେଷ କରାଯିବାକୁ ନୂଆ କଟକଣାେ ଲାଗୁ କରାଯାଇଛି । ତେବେ କୈାଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲ୍ଙ୍ଘନ କଲେ ତାଙ୍କ ବିରୁଦ୍ଧରେ ୫୦ ହଜାର ଟଙ୍କାର ଫାଇନ ଲାଗୁ ହେବ ଏବଂ ଉକ୍ତ ହୋଟେଲ କିମ୍ବା ମଣ୍ଡପକୁ ସଂକ୍ରମଣ ଶେଷ ପର୍ଯ୍ୟନ୍ତ ସିଲ କରାଯିବ । ଅନ୍ୟ ପକ୍ଷରେ ଅଫିସରେ କେବଳ ୧୫% କର୍ମଚାରୀଙ୍କୁ ଅନୁମତି ମିଳିପାରିବ । ସେପଟେ ପରିବହନ ବ୍ୟବସ୍ଥା କେବଳ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟସେବା ପାଇଁ ଯିବାକୁ ଥିବା ଲୋକମାନଙ୍କ ପାଇଁ ଉପଲବ୍ଧ ରହିବ । ଆସନ୍ତା କାଲି ସକାଳ ୮ରୁ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ସବୁ ଲାଗୁ କରାଯିବ ।