ରିପୋର୍ଟ ସତ୍ୟ ହେଲେ ଅଭିଯୋଗ ସାଙ୍ଘାତିକ : ସିଜେଆଇ

0

ନୂଆଦିଲ୍ଲୀ: ପେଗାସସ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଏନ୍ ଭି ରମନ୍ନା କହିଛନ୍ତି, ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ଲାଗି ପେଗାସସ୍ ସ୍ପାଏୱେର୍ ବ୍ୟବହାର କରାଯାଉଛି ବୋଲି ଯଦି ରିପୋର୍ଟର ସତ୍ୟାସତ୍ୟ ରହିଥିବ ତାହେଲେ ଯେଉଁ ଅଭିଯୋଗ ଆସିଛି ତାହା ଗୁରୁତର । ଦୁଇ ଦିନ ତଳେ ‘ଦି ଏଡିଟର୍ସ ଗିଲ୍ଡ୍ ଅଫ୍ ଇଣ୍ଡିଆ’ ଦାଏର କରିଥିବା ପିଟିସନ୍ରେ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲା ଯେ, ଉକ୍ତ ସ୍ପାଇୱେର୍ କଣ୍ଟ୍ରାକ୍ଟ୍ ଏବଂ ତାହାଦ୍ବାରା ଟାର୍ଗେଟ୍ ହୋଇଥିବା ବ୍ୟକ୍ତିବିଶେଷଙ୍କ ତାଲିକା ସରକାରଙ୍କୁ ମଗାଯାଉ। ଏହି ମାମଲାରେ ଆହୁରି ପୂର୍ବରୁ ଆହୁରି ଦୁଇଟି ପିଟିସନ୍ ମଧ୍ୟ ଦାଖଲ ହୋଇଥିଲା।