ଲାଇସେନ୍ସ ନ ଥିଲେ ରେଷ୍ଟୁରାଣ୍ଟ ବନ୍ଦ୍

0

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ବିଏମ୍ସି ର ନିର୍ଦ୍ଦେଶ । ୭ ଦିନ ଭିତରେ ଦୋକାନ ଆଗରେ ଫୁଡ୍ ସେଫି୍ଟ ସାର୍ଟିଫିକେଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ନିୟମ ନ ମାନିଲେ କଡା ଆଭିମୁଖ୍ୟ ସହ ଜୋରିମାନା ଆଦାୟ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ନାମରେ ମାମଲା ଦାଏର କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱରରେ ଛତୁ ଫୁଟିଲା ଭଳି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିଛି । ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଫୁଡ୍ ସେଫି୍ଟ ସାର୍ଟିଫିକେଟ ହାସଲ କରିନଥିବା ବେଳେ କିଛି ଏହାର ଗାଇଡ୍ ଲାଇନ୍ ପାଳନ କରୁନାହାନ୍ତି । କିଛି ସ୍ଥାନରେ ନିମ୍ନ ମାନର ଖାଦ୍ୟ ସହ ବାସି ଖାଦ୍ୟ ମଧ୍ୟ ଲୋଲଙ୍କୁ ପରସା ଯାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ତେଣୁ ବିଏମ୍ସି ପକ୍ଷରୁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

 

 

Edit By-Mama