ଅବହେଳି ଅସହାୟ ପଶୁଙ୍କୁ ହେଉଛନ୍ତି ସହାୟ

0

ପୁରୀ : ଚୋର ହେଉ ଅବା ଡକାୟତ, ଅପରାଧୀ ହେଉ କି ସାଧାରଣ ଜନତା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରେ ସେ ନୁହେଁ ତାହାର ପୋଷାକ । ଆଜ୍ଞା ହଁ ସେହି ପୋଷାକ ହେଉଛି ପୋଲିସର । ଅପରାଧ ପାଇଁ ସାମାନ୍ୟ ମନ ବଳାଇଥିବା ବ୍ୟକ୍ତି ତାହା ଗାଡିର ସାଇରନ ଆଉ ତା ବର୍ଦୀ ଚି଼ହ୍ନ ଦେଖି ଥର ହର ହୋଇଯାଏ । ଏମିତିକି ପୁଅ ଦୁଷ୍ଟାମୀ କଲେ ମା କହେ ଚୁପ୍ ହୋଇ ଶୋଇପଡ ପୋଲିସ ମାମୁଁ ଆସୁଛି । ଏହି ଡର ସୃଷ୍ଟି କରୁଥିବା ପୋଲିସ ବର୍ଦୀ ପିନ୍ଧା ମଣିଷ ଭିତରେ ହୃଦୟଟିଏ ଅଛି ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ୟ୍ୟରତ ସବଇନିସ୍ପେକଟର ଅଶୋକ ଦାସ । ଅବହେଳିତ ଅସହାୟକୁ ହେଉଛନ୍ତି ସହାୟ । ଗୋରୁଙ୍କୁ ଖାଇବା ଦେବା ହେଉ କି ବୁଲା ଷଣ୍ଢ କୁ । ବିଭିନ୍ନ ଜୀବଙ୍କ ଭୋକ ମେଣ୍ଟାଉଛନ୍ତି । ରାତି ପାହି ସକାଳ ହେଲେ ଚାଲି ଚାଲି ପହଂଚି ଯାଆନ୍ତି ସବ ଇନିସ୍ପେକଟର ଅଶୋକ ଦାସ ଅସ୍ତରଙ୍ଗ ବଜାରରେ । ଆଉ ତାଙ୍କ ସ୍ନେହ ମମତା ରେ ବାନ୍ଧି ହୋଇ ତାଙ୍କ ନିକଟ କୁ ଧାଇଁ ଆସନ୍ତି ତାଙ୍କ ଭଲ ପାଇବା ରେ ବାନ୍ଧି ହୋଇଥିବା ବୁଲା ଗାଈ ଗୋରୁ ଓ ଷଣ୍ଢ. ବୁଲି ବୁଲି ନିଜେ ଅଶୋକ ଦାସ ପ୍ରତ୍ୟେକ ଦିନ ଖାଇବାକୁ ଦେଉଛନ୍ତି ଏମାନଂକୁ । ନିଜ ପକେଟରୁ ଖର୍ଚ୍ଚ କରି ବୁଲା ଗାଈ ଗୋରୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଅଶୋକ ଦାସ । ଏପରି କାର୍ୟ୍ୟ କରି ଆତ୍ମ ତୃପ୍ତି ପାଉଛନ୍ତି ବୋଲି ସେ କହିଛନ୍ତି । ଜଣେ କର୍ତ୍ତବ୍ୟ ନିଷ୍ଟ ପୋଲିସ କର୍ମଚାରୀ ଏଭଳି କାର୍ୟ୍ୟ ପାଇଁ ସବୁ ମହଲରୁ ପ୍ରଶଂସା କରାଯାଉଛି । ଏହି ଘଟଣା ରୁ ଗୋଟେ କଥା ସ୍ପଷ୍ଟ କରୁଛି ଯେ ଆପଣ ଙ୍କ ପୋଲିସ ଆପଣ ଙ୍କ ସେବାରେ ।