ଶାସ୍ତା ହେଲା ଇଲିସି ମାଛ

0

( ପ୍ରଶାନ୍ତ ସ୍ୱାଇଁ) : ପୁଣି ପୂର୍ବ ବର୍ଷ ପରି ପାରାଦୀପରେ ଶାସ୍ତା ହେଲା ଇଲିସି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍ରେ ବିକ୍ରି ହେଉଥିବା ଇଲିସି ଏବେ ଯୋଡା ୧୨୦ଟଙ୍କା ରୁ ୪ ଶହ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଖବର ଜଣାପଡିବା ପରେ ଅଠରବାଙ୍କି ବାଲିପ୍ଲଟରେ ବେଶ ଭିଡ ଦେଖିବାକୁ ମିଳିଛି । ଶ୍ରାବଣ ମାସ ସ୍ୱତ୍ତେ ଖାଉଟି ମାନେ ବେଶ ଆଗ୍ରହ ସହ ଇଲିସି କିଣୁଥିବାର ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ହେବ ପାରାଦ୍ୱୀପ ମୂହାଣରେ ମତ୍ସ୍ୟଜୀବୀମାନେ ପ୍ରଚୁର ପରିମାଣର ଇଲିସି ମାଛ ମାରୁଥିବାରୁ ଏବେ ପାରାଦ୍ୱୀପ ମତ୍ସ୍ୟ ବ୍ୟବସାୟୀ କେନ୍ଦ୍ର ଅଠରବାଙ୍କୀ ବାଲିପ୍ଲଟରେ କେବଳ ଇଲିସି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଅଧିକ ରେଟ୍ ରହିଥିବାରୁ ଖାଉଟିମାନେ ମାଛ କିଣିବାକୁ ସକ୍ଷମ ହେଉ ନଥିବାରୁ ଏବେ ଶସ୍ତାରେ ପାଇ ଇଲିସି କିଣିବାକୁ ବେଶ ଉତ୍ସାହିତ ହୋଇଛନ୍ତି ।

ବିଭିନ୍ନ ଶିଳ୍ପ କାରଖାନାର ପ୍ରଦୂଷଣ ଯୋଗୁଁ ୬ ରୁ ୭ ବର୍ଷ ହେଲାଣି ଇଲିସି ଆମଦାନୀ କମ ଥିବାରୁ ମୂଲ୍ୟ ବୃଦ୍ଧି ପାଉଥିଲା । ଗତ ବର୍ଷ ମଧ୍ୟ ଇଲିସି ଶସ୍ତା ହେବାରୁ ପାରାଦ୍ୱୀପ ତଥା ରାଜ୍ୟ ବିଭିନ୍ନ ସ୍ଥାନରୁ ଲୋକେ ଆସି ଇଲିସି କିଣୂଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ମଧ୍ୟ ହଠାତ ଅଧିକ ପରିମାଣରେ ଇଲିସି ଆମଦାନୀ ହେବା ଓ ବରଫ ଅଭାବରୁ ଇଲିସି ମୂଲ୍ୟ ହ୍ରାସ ପାଇଛି । ତେଣୁ ବାଧ୍ୟ ହୋଇ ବ୍ୟବସାୟୀମାନେ ଶସ୍ତାରେ ବିକ୍ରି କରୁଛନ୍ତି ।