ବେଆଇନ ଖଣିଜ ଖନନ: ୨ ଗିରଫ

0

ହିଞ୍ଜଳି/ରଜନୀକାନ୍ତ ପାତ୍ର: ବେଆଇନ ଭାବେ ଖଣିଜ ଦ୍ରବ୍ୟ ଖନନ ଏବଂ ପରିବହନ ମାମଲାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିବା ଜଣା ପଡିଛି । ସୂଚନା ପ୍ରକାରେ, ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ ନିକଟରେ ବେଆଇନ୍ ଭାବେ ବାଲି ଉଠାଯିବା ସହ ଏହାର ଚୋରା ଚାଲାଣ ହେଉଥିବା ଖବର ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କୁ ମିଳିଥିଲା । ସଦଳବଳେ ଘଟଣାସ୍ଥଳରେ ଚଢ଼ାଉ କରି ଦୁଇଟି ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଗାଙ୍ଗପୁର ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।