ଦିପାବଳୀରେ ମା କାଳୀଙ୍କ ପୂଜା କରାଯିବାର ମହାତ୍ମ୍ୟ

0

ଭୁବନେଶ୍ୱର: ସନାତନ ଧର୍ମରେ ଦିପାବଳୀର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ଘରେ ମାତା ଲଷ୍ମୀ ,ଗଣେଷଙ୍କ ସହ କୁବେର ଦେବତାଙ୍କୁ ପୂଜା କରାଯାଏ । ଏହା ସହ ବହୁ ସ୍ଥାନରେ ମା କାଳୀଙ୍କୁ ମଧ୍ୟ ପୂଜା କରାଯାଏ । ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେ ଯେଉଁମାନେ ଅଧ୍ୟ ରାତ୍ରିରେ ମା କାଳୀଙ୍କୁ ଆରଧ୍ୟନା କରନ୍ତି । ତେବେ ମା କାଳୀଙ୍କ ପୂଜା ଆରଧନା କରିବା ଦ୍ୱାରା କି ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

ହିନ୍ଦୁ ପୁରାଣଶାସ୍ତ୍ର ଅନୁଯାୟୀ, ମା ପାର୍ବତୀଙ୍କ ଉଗ୍ର ରୂପ ମହାକାଳୀ ଅବତାର ଧାରଣ କରିଥିଲୋ । ସେହି ସମୟରେ ସମସ୍ତ ଦେବାବେଦୀ ମହାକାଳୀଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ମା କାଳୀଙ୍କୁ ଶାନ୍ତ କରିପାରି ନଥିଲେ । ଯେଉଁଥିପାଇଁ ମହାକାଳ ତଥା ପାର୍ବତୀ ପତି ପ୍ରଭୁ ଶିବଶଙ୍କୁ ମା କାଳୀଙ୍କ ସାମ୍ନାରେ ଧରିତ୍ରୀ ଉପରେ ଶୋଇଥିଲେ । ମା କାଳୀଙ୍କ ପାଦ ପ୍ରଭୁ ଶିବଙ୍କ ଉପରେ ପଡିଥିଲା । ଯାହାଦ୍ୱାରା ମାତା ଶାନ୍ତ ହୋଇଥିଲେ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମା ଲକ୍ଷ୍ମୀ,ମା କାଳୀ ହେଉଛନ୍ତି ଦେବୀ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପ । ସେଥିପାଇଁ ମାଙ୍କ ଉଗ୍ର ରୂପ କାଳୀଙ୍କ ସହ ଲକ୍ଷ୍ମୀ ରୂପରେ ପୂଜା କରାଯାଏ । ଏଥିସହ ମା କାଳୀଙ୍କ ଆରଧନା କରି ବହୁ ଲୋକ ତାଙ୍କର ରିଷ୍ଟ ଖଣ୍ଡନ କରିବା ସହ ସିଦ୍ଧି ଲାଭ କରିଥାନ୍ତି । ମାଙ୍କ ଆରଧ୍ୟନା କରିବା ଦ୍ୱାରା ସାଧାରଣ ଲୋକଟିଏ ବହୁ ଶକ୍ତିର ଅଧିକାରୀ ହୋଇଥାଏ ।