କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ବୟସ ସୀମା ୪ବର୍ଷ କୋହଳ

0

ଭୁବନେଶ୍ୱର: କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୦୨୨ ଡ଼ିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ରାୟ । ଆବେଦନକାରୀଙ୍କ ପାଇଁ ବୟସ ସୀମା ୪ବର୍ଷ କୋହଳ ନିର୍ଦ୍ଦେଶ । ଏହି ଥରକ ପାଇଁ ବୟସ ସୀମା ୪ ବର୍ଷ କୋହଳ ସ୍ପଷ୍ଟ କରଛନ୍ତି ହାଇକୋର୍ଟ । କୋଭିଡ଼ ପାଇଁ ୨୦୧୮ରୁ ୨୦୨୨ ପରୀକ୍ଷା ହୋଇ ନ ଥିବାରୁ କୋହଳ କରାଯାଇଛି । କନେଷ୍ଟବଳ ପଦବୀ ପାଇଁ ଆଗକୁ ବୟସ କୋହଳ ହୋଇପାରିବନି । ବୟସ କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ । ଆବେଦନ ଶେଷ ତାରିଖ ଜାନୁଆରୀ ୨୧ ବଦଳରେ ଫେବୃଆରୀ ୧୦କୁ ବୃଦ୍ଧି । ଫେବ୍ରୃଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ଜାନୁଆରୀ ୩୦ ସୁଦ୍ଧା ସଂଶୋଧିତ ବିଜ୍ଞାପିତ ପାଇଁ ନିର୍ଦ୍ଦେଶ । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ।