ଭାରତ ନାଁ ନେଇ କାନ୍ଦିଲେ ଇମ୍ରାନ !

0

ନୂଆଦୀଲ୍ଲି: ଋଷ ଓ ୟୁକ୍ରେନ ଯୁଦ୍ଧକୁ ୨ ସପ୍ତାହ ପୁରିବାକୁ ବସିଲାଣି । କିନ୍ତୁ ଏହି ଯୁଦ୍ଧ କେବେ ସରିବ ତାହା ଅନୁମାନ ମଧ୍ୟ କରାଯାଇ ପାରୁ ନାହିଁ । ଏବେ ପ୍ରଶ୍ନ, ୟୁକ୍ରେନର ଏହି ଯୁଦ୍ଧ ଭିତରେ ଏମିତି କଣ ହେଲା ଯାହାକୁ ନେଇ କାନ୍ଦିବାକୁ ଲାଗିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହା କହିବାର କାରଣ ହେଉଛି କି ଇମ୍ରାନ ଖାନ ତାଙ୍କର ଏକ ଭାଷଣରେ କହିଛନ୍ତି ଯେ ତାଙ୍କୁ ୟୁରୋପୀୟାନ ଆମ୍ବାସାଡର ପକ୍ଷରୁ ଏକ ଚିଠି ଅସିଥିଲା । ସେହି ଚିଠିରେ ଉଲ୍ଲେଖ ଥିଲା ଯେ ଋଷ ବିପକ୍ଷରେ ପାକିସ୍ତାନ ଭୋଟ ଦେଉ ଅର୍ଥାତ ୟୁକ୍ରେନକୁ ସମର୍ଥନ କରୁ । ଏହି କଥାରେ ଭଡକି ଯାଇଥିଲେ ଇମ୍ରାନ ଆଉ ୟୁରୋପୀୟାନ ଆମ୍ବାସାଡରକୁ ପ୍ରଶ୍ନ କରିଥିଲେ କି କଣ ସେ ଭାରତକୁ ବି ଏହି ଚିଠି ଦେଇଛନ୍ତି? ଇମ୍ରାନଙ୍କ କହିବା ଅନୁସାରେ ଋଷ ବିପକ୍ଷରେ ତାଙ୍କୁ ଭୋଟଦେବାକୁ କହି ତାଙ୍କର ଅପମାନତ କରାଯାଇଛି ।ଏହା ପରେ ରାଗରେ ଭାରତ ଆଉ କାଶ୍ମିରୀର କଥା ମଧ୍ୟ କହିବାକୁ ଲାଗିଲେ ଇମ୍ରାନ । ସେ କହିଛନ୍ତି କି କଣ ମିଳିଛି ପାକିସ୍ତାନ କୁ ଯେତେବେଳେ ୮୦ ହଜାର ଜୀବନ ଗଲା । କଣ କରିଥିଲା ଆମ ଲାଗି ୟୁରୋପୀୟାନ ଅମ୍ବାସାଡର ? ସେ ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ କାଶ୍ମିରରେ ଭାରତ ଅନ୍ତର୍ଜାତୀୟ ଆଇନକୁ ଭଙ୍ଗ କରିଥିଲା କଣ ସେତେବେଳେ କେହି ଭାରତଠୁ ସମ୍ପର୍କ ଭାଙ୍ଗିଥିଲେ । ଆମେ କଣ କାହା ଗୁଲାମ ଯେ ସମସ୍ତଙ୍କ କଥା ମାନିବୁ ଏପରି କହି ଭଡକି ଯାଇଛନ୍ତି ଇମ୍ରାନ । ତାଙ୍କର ଏପରି କଥାରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ଯେତିକି ଗୁରୁତ୍ୱ ଭାରତକୁ ଅର୍ଥାତ ନରେନ୍ଦ୍ର ମୋଦିଙ୍କୁ ଦିଆଯାଉଛି ଇମ୍ରାନଙ୍କୁ ସେତିକି ଗରୁତ୍ୱ ଦିଆଯାଉ ନାହିଁ । ଏଣୁ ଏପରି କହୁଛନ୍ତି ଇମ୍ରାନ ।