ଇମ୍ରାନଙ୍କ ବିଦେଶ ଯାତ୍ରା ଉପରେ ଲାଗିଲା ରୋକ୍

0

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ‘ନୋ ଫ୍ଲାଏ ଲିଷ୍ଟ୍’ରେ ସାମିଲ କରାଯାଇଛି । ଇମ୍ରାନଙ୍କ ସହ ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ପାକିସ୍ତାନ ଛାଡ଼ି ବାହାରକୁ ଯିବା ଉପରେ ରୋକ୍ ଲଗାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ ନିଷିଦ୍ଧ କରାଯିବ ବୋଲି ଜଣାପଡ଼ିଥିବା ବେଳେ ଏହା ପୂର୍ବରୁ ଇମ୍ରାନ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ନୋ ଫ୍ଲାଏ ଲିଷ୍ଟ୍ରେ ରହିଛନ୍ତି। ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଇମ୍ରାନ । ଏଥିସହ ଦେଶରେ ଅଘୋଷିତ ମାର୍ସଲ ଲାଗୁ ହୋଇଥିବା ଇମ୍ରାନ କହିଛନ୍ତି । ଇତିମଧ୍ୟରେ ଇମ୍ରାନ ଆଜି ଦାବି କରିଛନ୍ତି ଯେ ତାଙ୍କ ଦଳକୁ ଭାଙ୍ଗିଦେବାପାଇଁ ଚେଷ୍ଟା କରାଯାଉଛି। ଇମ୍ରାନ କହିଛନ୍ତି, ବରିଷ୍ଠ ନେତୃବୃନ୍ଦଙ୍କ ସମେତ ୧୦ ହଜାରରୁ ଅଧିକ ପିଟିଆଇ କର୍ମୀ ଏବଂ ସମର୍ଥକ ଜେଲ୍ରେ ରହିଛନ୍ତି।