ବେଗୁନିଆପଡାରେ ନାମାଙ୍କନ ଭରିଲେ ଆଶାୟୀ ପ୍ରାର୍ଥୀ

0

ଗଞ୍ଜାମ(ହରପ୍ରସାଦ ବିଶୋୟୀ): ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ପର୍ବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ବ ହୋଇଛି ପ୍ରାରମ୍ଭିକ କାର୍ୟ୍ୟ । ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାରଠାରୁ ଆରମ୍ବ ହୋଇଥିବା ବେଳେ ଆଜି ଦ୍ୱତୀୟ ଦିନରେ ବେଗୁନିଆପଡା ବ୍ଲକରେ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବେଗୁନିଆପଡା ବ୍ଲକରେ ସରପଞ୍ଚ ପଦବୀ ପାଇଁ ଶାଙ୍କୁଡା ପଞ୍ଚାୟତରୁ ଜଣେ ପାର୍ଥି ନାମାଙ୍କନ ଭରିଥିବା ବେଳେ ତାଳସର ପଞ୍ଚାୟତ ରୁ ଜଣେ ସମିତି ସଭ୍ୟ ପାଇଁ, ୱାର୍ଡ ସଭ୍ୟ ପାଇଁ ବ୍ଲକରୁ ୧୬ ପାର୍ଥି ନାମାଙ୍କନ ଭରିଥିବା ବେଳେ ବେଗୁନିଆପଡାରୁ ଜଣେ, ଚିଙ୍ଗୁଡ଼ିଖୋଲରୁ ଜଣେ, କେ.ବରିଡାରୁ ଦୁଇ ଜଣ, ଖଣ୍ଡିଆନଇରୁ ଚାରି ଜଣ, ମର୍ଦ୍ଧକୋଟରୁ ଚାରି ଜଣ, ମର୍ଦ୍ଧମେଖରୁ ତିନି ଓ ଫାସୀ ପଞ୍ଚାୟତରୁ ଜଣେ ପାର୍ଥି ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ମାର୍ଗ ଦର୍ଶିକା ଅନୁଯାୟୀ ପାର୍ଥି ମାନେ ନିରାଡ଼ମ୍ବର ଭାବେ ପାର୍ଥି ପତ୍ର ଦାଖଲ କରାଯାଇଥିବା ଦେଖା ଯାଇଥିଲା । ପାର୍ଥି ମାନେ ନିଜ ସମର୍ଥକ ତଥା ପଟୁଆର ପରିବର୍ତ୍ତେ ଗାଇଡ଼ଲାଇନ ମୁତାବକ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗତକାଲି ୱାର୍ଡ ସଭ୍ୟ ପାଇଁ ବ୍ଲକରେ ମୋଟ ସାତ ଜଣ ପାର୍ଥି ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତା ୨୧ ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ରହିଛି । ୨୨ରେ ଯାଞ୍ଚ ୨୩ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର,୨୪ ରେ ଚୂଡାନ୍ତ ପାର୍ଥି ତାଲିକା ପ୍ରକାଶ ପାଇବା ସହ । ବେଗୁନିଆପଡା ବ୍ଲକରେ ଫେବୃଆରୀ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।