ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହଜାର ହଜାର ମାମଲା ପଡିରହିଛି । ହେଲେ ଏଇ ଗତ ମାସର ଶେଷ ପର୍ଯ୍ୟନ୍ତ ୮୪୯ ମାମଲାର ସମାଧାନ ହୋଇସାରିଛି । ଏହି ତଥ୍ୟ କୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟରୁ ହିଁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅଗଷ୍ଟମାସର ଶେଷ ସୁଦ୍ଧା ୭୦,୩୧୦ଟି ମାମଲା କୋର୍ଟରେ ପଡିରହିଛି ।
ଏଥିରୁ କେବଳ ସେପ୍ଟେମ୍ବର ମାସରେ ସମାଧାନ ହୋଇଛି ୮୪୯ ମାମଲାର ପୂର୍ଣ୍ଣ ସମାଧାନ ହୋଇଛି । ଏହାକୁ ବାଦ ଦେଲେ ସୁପ୍ରିମକୋର୍ଟରେ ୬୯,୪୬୧ଟି ମାମଲା ପଡିରହିଛି । ଏଥିରୁ ୫୦.୫୦୮ଟି ମାମଲା ଆଡମିଶନ ସମ୍ବନ୍ଧରେ ରହିଥିବା ବେଳେ ୧୮,୯୫୩ ଟି ରେଗୁଲାର ମାମଲା ରହିଛି । ତେବେ ବାକିରହିଥିବା ମାମଲାର କେବେ ପୂର୍ଣ୍ଣ ସମାଧାନ ହେବ ତାହା ଜଣାଯାଇନାହିଁ ।