ଗୃହରେ ରାହୁଲ ଗାନ୍ଧୀ ପ୍ରସଙ୍ଗରେ ପୁଣି କଂଗ୍ରେସର ହଟଗୋଳ:ବିଜେପି, କଂଗ୍ରେସ କଥା କଟାକାଟି

0

ଭୁବନେଶ୍ୱର: ଗୃହରେ ରାହୁଲ ଗାନ୍ଧୀ ପ୍ରସଙ୍ଗରେ ପୁଣି କଂଗ୍ରେସର ହଟଗୋଳ। ବିଜେପି, କଂଗ୍ରେସ କଥା କଟାକାଟି ଭିତରେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରବ୍ଦ ନେଇ ମତେ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଦୁଇ ବର୍ଷ ସଜ୍ଜା ହେଲା, ସେଥିପାଇଁ ସଭ୍ୟ ପଦ ଗଲା | ଏଥିରେ ରାଜନୈତିକ ହସ୍ତକ୍ଷେପ ହୋଇନାହିଁ | ସଂସଦର କଥା ଆଣି ବିଧାନସଭା ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କଲେ ଜୟନାରାୟଣ | ଗୃହର ସଦସ୍ୟ ନଥିବା ରାହୁଲ ଗାନ୍ଧୀଙ୍କୁ ନେଇ ଗୃହକୁ ବନ୍ଦ କରିବାର ଅଧିକାର କଂଗ୍ରେସର ନଥିବା ସେ କହିଛନ୍ତି…

ନରସିଂହ ମିଶ୍ରଙ୍କ ଗୃହରେ ବିବୃତି…
କଟକ ବିଧାୟକ ବି କନଭିକଟେଡ଼ ହୋଇଥିଲେ | ହେଲେ ସେ କଣ ପଦ ହରାଇଲେ | ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଲେ, ତାହା ହିଁ ଗଣତନ୍ତ୍ର ବୋଲି କହିଲେ ନରସିଂହ | କିନ୍ତୁ ରାହୁଲ ଗାନ୍ଧୀ ଙ୍କ କ୍ଷେତ୍ରରେ ଯାହା ହେଲା ଏହା ଅଗଣତନ୍ତ୍ରିକ, ତେଣୁ ଆମେ ପ୍ରତିବାଦ କରୁଛୁ | ମୋଦିଙ୍କ ହିଟଲର ଶାସନ ଏକଛତ୍ରବାଦ ଶାସନ ଗଣତନ୍ତ୍ରକୁ ହତ୍ୟା କରିଛି | ଭାରତ ଯୋଡ଼ ଆନ୍ଦୋଳନକୁ କେନ୍ଦ୍ରର ଭୟ ରହିଛି | ତାଙ୍କ ମତକୁ ତର୍ଜମା କରାଗଲେ, ସବୁ ମୋଦି ଚୋର ସେ କହି ନାହାନ୍ତି | ସେ କହିଛନ୍ତି ଯେ ଯିଏ ଭାରତର ଅର୍ଥ ନେଇଗଲେ ସେମାନେ ମୋଦି | ବିରୋଧୀ ଦଳ ନେତା ଗୃହ କହୁଥିଲେ, ଏହା ଆଶିଷ୍ଣୁତା, ଗୃହକୁ ମୂଳତବି କରି ଗିଲୋଟିନ ପାଇଁ ଯିବାକୁ ସେ ଦାବି କଲେ ନରସିଂହ ମିଶ୍ର।