ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ କମୁଥିଲା କିନ୍ତୁ ଆଜି ବଢିଛି । ଯାହା ୨ଶହ ଉପରେ ରହିଛି । ଗତକାଲି ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ୧୮ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାପଡିଛି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି ।


ଗତ ୨୪ ଘଣ୍ଟ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨ଜଣ, ବରଗଡ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ୨ଜଣ , ବଲାଙ୍ଗୀର ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲରୁ ୧୯ଜଣ, ଦେଓଗଡ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୬ଜଣ,ଗଂଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, ଝାଡସୁଗୁଡା ଜିଲ୍ଲାରୁ ୧ଜଣ, କଳାହାଣ୍ଡି ଜିଲ୍ଲାରୁ୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧ଜଣ, କନ୍ଧମାଳ ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଳାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୬ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ୪ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ୫ଜଣ, ନୂଆପଡା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୯ଜଣ, ରାୟଗଡା ଜିଲ୍ଲାରୁ ୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୨ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୫ଜଣ, ଷ୍ଟେଟ ପୋଲ ରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।