ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮୪୭୧ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର: ରାଜ୍ୟରେ ଆଉ ସୁସ୍ଥ ହୋଇଛନ୍ତି ୮୪୭୧ ଜଣ କରୋନା ସଂକ୍ରମିତ ବ୍ୟକ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ୍ ହେଲେଣି ୧୦ଲକ୍ଷ ୮୯ ହଜାର ୩୩ ଜଣ ଆକ୍ରାନ୍ତ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୧୦୯୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ସୁସ୍ଥ ହାର ଏକ ହଜାର ଜଳେ ରହିଛି । ଅନ୍ୟପଟେ ରାଜ୍ୟରେ ଦୈନିକ କୋଭିଡ଼ ସଂକ୍ରମଣ ୧୦ ହଜାର ପାର କରିଛି । ସେହିପରି ସୁସ୍ଥ ହାର ମଧ୍ୟ ବୃଦ୍ଧିପାଇଛି ।