ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ଶିକ୍ଷକଙ୍କ ଧାରଣା ପ୍ରସଙ୍ଗ । ରାଜରାସ୍ତାରେ ଶୀତ ରାତିରେ ଶୋଉଛନ୍ତି ଶିକ୍ଷକ । କିନ୍ତୁ ଦୁଃଖର ବିଷୟ ସରକାର କିମ୍ବା ଶିକ୍ଷାମନ୍ତ୍ରୀ ତାଙ୍କ ପାଖକୁ ଯାଇ ଆଲୋଚନା କରୁ ନାହାନ୍ତି । ତାଙ୍କ ଦାବି କେତେ ଯତାର୍ଥ ତାହା ପର କଥା କିନ୍ତୁ ତୁରନ୍ତ ସରକାର ତାଙ୍କ ସହିତ ଆଲୋଚନା କରନ୍ତୁ । ଲକ୍ଷାଧିକ ଶିକ୍ଷକ ଆନ୍ଦୋଳନରେ ଥିବାରୁ ସ୍କୁଲ ରେ ପାଠ ପଢା ପ୍ରଭାବିତ ହେଉଥିବା ଏବଂ ଏଠି ବି ଗମନା ଗମନ ପ୍ରଭାବିତ ହେଉଛି । ଏପରିକି ଆମ୍ବୁଲାନ୍ସ ବି ଫସି ରହୁଛି ଭିଡ଼ ଭିତରେ । କେବଳ ଶିକ୍ଷକ ନୁହଁନ୍ତି ଅନେକ ଲୋକ ସେଠି ଧାରଣାରେ ବସିଛନ୍ତି । ସରକାର ତୁରନ୍ତ ସେମାନଙ୍କ ସହ ଆଲୋଚନା କରନ୍ତୁ ।