ମୟୂରଭଞ୍ଜ : ଉଦଘାଟନ ହେଲା ମିଶନ ଶକ୍ତି ର ଫୁଡ୍ କେଫ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପରିସରରେ ମିଶନ ଶକ୍ତିର ଫୁଡ୍ କେଫକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଛନ୍ତି । ଏହି ଫୁଡ୍ କେଫ୍ ଦ୍ଵାରା ମିଶନ ଶକ୍ତିର ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଛନ୍ତ ଜିଲ୍ଲାପାଳ ।
ଜିଲ୍ଲାପାଳଙ୍କ ସମେତ ଏସପି ଋଷିକେଶ ଡି ଖିଲାରି, ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରା ଓ ବିଡ଼ିଓ ଦେବଜାନୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଏହା କିପରି ମହିଳା ମାନଙ୍କ ପାଇଁ ଆଗକୁ ଠିକ୍ ଭାବେ ସହାୟକ ହେବ ସେଥି ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।