ଲାଲ ବିଟ୍ ସ୍ୱଦରେ ସମସ୍ତେ ପସନ୍ଦ କରନ୍ତି ନାହିଁ, କିନ୍ତୁ ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଟରେ ପୋଷକ ତତ୍ତ୍ୱ ଭରପୂର ଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଯୋଗୁଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ତେଣୁ ଅ।ସନ୍ତୁ ଜାଣିବା ବିଟ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ । ବିଟ୍ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ଅଟେ । ଉଚ୍ଚ ରକ୍ତଚାପରେ ବିଟ୍ ଲାଭଦାୟକ ଅଟେ । ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ବିଟ୍ ରସ ମଧ୍ୟ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ ।
ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ୨୫୦ ମିଲି ବିଟର ରସ ପିଇବା ଦ୍ୱାରା ଶରୀରର ଉଭୟ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପ କମିଯାଏ । ଯେଉଁମାନେ ସେମାନଙ୍କର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ବିଟ୍ ରସ ସହିତ ସକାଳ ଅ ।ରମ୍ଭ କରିବା ଠିକ୍ ୟ ବିଟ୍ ରସରେ ବହୁତ କମ୍ କ୍ୟାଲୋରୀ ଥାଏ ଏବଂ ପୋଷକ ତତ୍ତ୍ୱ ମଧ୍ୟ ଭରପୂର ଅଟେ ଯେଉଁଥିପାଇଁ ଶରୀର ଅ।ବଶ୍ୟକୀୟ ପୋଷକ ତତ୍ତ୍ୱ ପାଇଥାଏ ଏବଂ ଅ।ପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।

ବିଟରେ ପ୍ରାକୃତିକ ଭାବରେ ମିଳୁଥିବା ନାଇଟ୍ରେଟ୍ ବୃଦ୍ଧଙ୍କ ମସ୍ତିଷ୍କରେ ରକ୍ତ ପ୍ରବାହ ବୃଦ୍ଧିରେ ସହାୟକ ହୋଇଥାଏ । ଯାହା ସେମାନଙ୍କର ସ୍ମୃତିକୁ ଠିକ୍ ରଖେ । ବିଟ ଦ୍ରବୀଭୂତ ଆଣ୍ଟିଅକ୍ସିଡାଣ୍ଟ । କେମୋ-ପ୍ରତିଷେଧକ ପ୍ରଭାବ ରହିଛି । ଯେଉଁ କାରଣରୁ ବିଟ୍ବ୍ୟ ବହାର ଅ।ପଣଙ୍କ ଶରୀରରେ କର୍କଟ ଭଳି ମାରାତ୍ମକ ରୋଗର କୋଷ ବିସ୍ତାରକୁ ରୋକିଥାଏ ।