ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ରୁ ୨୮ହଜାରକୁ ବୃଦ୍ଧି

0

ଭୁବନେଶ୍ୱର : ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି ହୋଇଛି । ଷ୍ଟାଇପେଣ୍ଡ ବୃଦ୍ଧି ଦାବି କରି ମେଡିକାଲ କଲେଜର ହାଉସ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଥିଲେ । ଏହାପରେ ଚେତିଥିଲେ ସରକାର । ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ହଜାରରୁ ୨୮ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଊଗଋଞଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି।

 

Edit by Sushree Biswajeeta