ନୂଆ ବର୍ଷ ରୁ ମହଙ୍ଗା ହେଲା ଈନ୍ଧନ

0

ନୂଆଦିଲ୍ଲୀ : ବର୍ଷ ଆରମ୍ଭ ରୁ ଆଜି ପୁଣି ବୃଦ୍ଧି ପାଇଛି ଏଲ୍ପିଜି ସିଲିଣ୍ଡର । ତୈଳ ମାର୍କେଟିଙ୍ଗ୍ କମ୍ପାନୀ ଆଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛି । ଡ଼ିସେମ୍ବର ମାସ ରେ ୨ଥର ବୃଦ୍ଧି ପାଇ ୧୦୦ ଟଙ୍କା ବଢିଥିଲା ଏଲ୍ପିଜି ସିଲିଣ୍ଡର ଦର । ବିନା ସବସିଡ଼ି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୬୪୪ ଟଙ୍କା ରୁ ୬୯୪ ଟଙ୍କା କୁ ବୃଦ୍ଧି ହୋଇଥିଲା । ଏଥର ବିନା ସବସିଡ଼ି ସିଲିଣ୍ଡର ମୂଲ୍ୟ ରେ ପରିବର୍ତ୍ତନ ହୋଇନାହିଁ । ବ୍ୟବସାୟିକ ସିଲିଣ୍ଡର ର ଦାମ୍ ବୃଦ୍ଧି ପାଇଛି । ଗତ ଏକ ମାସ ରେ ବ୍ୟବସାୟିକ ସିଲିଣ୍ଡର ଦାମ୍ ୯୧ ଟଙ୍କା ବୃଦ୍ଧି ପାଇଛି ।

ଦିଲ୍ଲୀ ରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ର ମୂଲ୍ୟ ୧୭ ଟଙ୍କା ବୃଦ୍ଧି ହୋଇଛି । ପୂର୍ବ ରୁ ୧୩୩୨ ଟଙ୍କା ଥିବା ସିଲିଣ୍ଡର ଦାମ୍ ୧୩୯୪ ଟଙ୍କା କୁ ବୃଦ୍ଧି ହୋଇଛି । କୋଲକାତା ରେ ୨୨.୫୦ ଟଙ୍କା ବୃଦ୍ଧି ହୋଇ ୧୯ କିଲୋଗ୍ରାମ ସିଲିଣ୍ଡର ର ଦାମ୍ ୧୩୮୭.୫୦ ରୁ ୧୪୧୦ ଟଙ୍କା ରେ ପହଞ୍ଚିଛି । ମୁମ୍ବାଇ ଓ ଚେନ୍ନାଇ ରେ ମଧ୍ୟ ୧୭ ଟଙ୍କା ବୃଦ୍ଧି ହୋଇ ୧୨୯୭.୫୦ ଏବଂ ୧୪୬୩.୫୦ ଟଙ୍କା ରେ ପହଞ୍ଚିଛି । ଗ୍ୟାସ୍ ସିଲିଣ୍ଡର ରେ ଥିବା ସବସିଡ଼ି କୁ ସରକାର ବନ୍ଦ କରିଦେଇଛନ୍ତି ।

Edit by Sushree Biswajeeta