ସପ୍ତାହରେ ଅତିକମରେ ଏତିକି ଦିନ ମାଛ ଖାଇବା ଉଚିତ

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ପ୍ରତି ସପ୍ତାହରେ ଅତିକମରେ ୨ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ସୁସ୍ଥ ରହିବା ପାଇଁ ଖାଦ୍ୟରେ

0

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ପ୍ରତି ସପ୍ତାହରେ ଅତିକମରେ ୨ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । କାରଣ ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ।  ଏହା ଶରୀରକୁ ସୁସ୍ଥ ରଖିବା ସହ ସାଙ୍ଘାତିକ ରୋଗ ଠାରୁ ମଧ୍ୟ ଦୂରେଇ ରଖେ। ତେବେ ସାଲମନ ମାଛ ଖାଇଲେ ଆଉ କ’ଣ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା ।

୧. ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ସ୍ରୋତ ହେଉଛି ସାଲମନ ମାଛ। ଓମେଗା ୩ ଫ୍ୟାଟି ଏସିଡ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଚକ୍ଷୁ ରୋଗ, ରିମାଟଏଡ୍, ଆର୍ଥାରାଇଟିସ୍ ତଥା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା କାମ କରେ।

୨.୧୦୦ ଗ୍ରାମ ସାଲମନ ମାଛରେ ପ୍ରାୟ ୨୦ ଗ୍ରାମ ପ୍ରୋଟିନ ଥାଏ। ଏହି ମାଛ ଖାଇବା ଦ୍ୱାରା ଆମ ଶରୀରର ସୁସ୍ଥ ଭାବେ ସଂଚାଳିତ ହେବା ସହ ମାଂସପେଶୀ ମଧ୍ୟ ମଜଭୁତ ରୁହେ।
ସାଲମନ ମାଛରେ ଟ୍ରାଇପଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ । ଆମେରିକାର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଯେତେବେଳେ ଏହି ଏସିଡ୍ ଶରୀରରେ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ଏହା ଖାଦ୍ୟ ଦ୍ୱାରା ପୂରଣ ହୁଏ । ଟ୍ରାଇପଟୋଫାନ୍ ଶରୀରକୁ ମେଲାଟୋନିନ୍ ଏବଂ ସେରାଟୋନିନ୍ ପରି ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ। ମଣିଷର ମନ ପରିବର୍ତ୍ତନ ଏବଂ ଶୋଇବା ଓ ଉଠିବା ଚକ୍ର ଏହି ହରମୋନ୍ ଉପରେ ନିର୍ଭର କରେ।
୩. ଯଦି ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ, ତା’ହେଲେ ଆପଣ ନିଜ ଖାଦ୍ୟରେ ସାଲମନ ମାଛକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ। ଏହି ମାଛ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍-ଏ’ କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ତାହା ନୁହେଁ ବରଂ ଏହା ପ୍ରଜନନ ପ୍ରକ୍ରିୟା ଏବଂ ଆଖି ପାଇଁ ମଧ୍ୟ ବେଶ ଲାଭଦାୟକ ଅଟେ।