ଇମରାନଙ୍କୁ ଟ୍ରମ୍ପ କହିଲେ ଭାରତ ତାଙ୍କର ଭଲ ବନ୍ଧୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଆଗରେ ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କ ଭୁରି ଭୁରି ପ୍ରଶଂସା କରିବା ପରେ କାଶ୍ମୀର ମାମଲାରେ ଦୁଇ ଦେଶର ସହମତିରେ ହିଁ ସେ ମଧ୍ୟସ୍ଥତା କରିବେ । ଗତକାଲି ଇମରାନ ଓ ଟ୍ରମ୍ପଙ୍କ ସାକ୍ଷାତକାର ସମୟରେ ଇମରାନ କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବାରୁ ଟ୍ରମ୍ପ ଏପରି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ସେ ଭାରତକୁ ତାଙ୍କର ଜଣେ ଭଲ ବନ୍ଧୁ ଭାବୁଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ଟ୍ରମ୍ପଙ୍କୁ ଭାରତ ସମ୍ବନ୍ଧିତ ନାନା ପ୍ରଶ୍ନ ମଧ୍ୟ କରିଥିଲା । ମଧ୍ୟସ୍ଥତା ଉପରେ ଟ୍ରମ୍ପ କହିଥିଲେ ସେ ମଧ୍ୟସ୍ଥତା ପାଇଁ ରାଜି କିନ୍ତୁ ଉଭୟ ଦେଶର ସହମତି ରହିବା ଆବଶ୍ୟକ । ଯେପର୍ଯ୍ୟନ୍ତ ଭାରତ ଏଥିପାଇଁ ପ୍ରସ୍ତୁତ ହୋଇ ନାହିଁ ସେ ପର୍ଯ୍ୟନ୍ତ ଏହା ସମ୍ଭବ ହେବ ନାହିଁ । ସେହିପରି ପ୍ରଶ୍ନ ଥିଲା, ଜାମ୍ମୁୁ ସମ୍ପର୍କରେ ମୋଦି ଲଗାତର କହୁଛନ୍ତି । ଏପରି ସ୍ଥଳେ ହାଓଡି ମୋଦିି କାର୍ଯ୍ୟକ୍ରମରେ ସେ ତାଙ୍କ ସହ ଥିଲେ, ଏହାର କଣ ଅର୍ଥ ହେବ କି ସେ ମୋଦିଙ୍କ ସହ ସହମତ । ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ହାଓଡି ମୋଦିରେ ଅନେକ ଉତ୍ତେଜନାପୂର୍ଣ୍ଣ ବୟାନ ଦିଆଗଲା । ମୋଦି ମଧ୍ୟ ବହୁ ଆକ୍ରାମକ ବୟାନ ଦେଲେ । ମୁଁ ସେଠାରେ ବସିଥିଲି, କିନ୍ତୁ ଦର୍ଶକ ମୋଦିଙ୍କ ବୟାନକୁ ନେଇ ବେଶ ଉତ୍ସାହିତ ଥିଲେ । ସେଠାରେ ପ୍ରାୟ ୫୯ ହଜାର ଲୋକ ଥିଲେ, ଯେଉଁମାନେ ତାଙ୍କ ବୟାନ ସହ ସହମତ ଥିଲେ ।