କମନୱେଲଥ୍ ଗେମ୍ସରେ ଭାରତ ଆଗରେ

0

ନୂଆଦିଲ୍ଲୀ: ଇଂଲଣ୍ଡରେ ବର୍ମିଂହାମ୍ ରେ ୨୨ ତମ କମନୱେଲଥ୍ ଗେମ୍ସ ଖେଳାଯାଉଛି ।ଆଜି ଦ୍ୱିତୀୟ ଦିନରେ ଭାରତର ପ୍ରତିଯୋଗି ସଙ୍କେତ ସାଗର ୫୫କିଲେଗ୍ରାମ ଭାରୋତ୍ତୋଳନ ପ୍ରତିଯୋଗିତାରେ ସଙ୍କେତ ରୋପ୍ୟ ପଦକ ଜିତିଥିବା ବେଳେ ମାଲେସିଆର ଅନୀକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସଙ୍କେତ ଦ୍ୱିତୀୟ ରାଉଣ୍ଡ ବା କ୍ଲିୟର ଜର୍କରେ ୧୩୫ କିଲୋଗ୍ରାମ ଉଠାଇବା ସହ ମୋଟ ୨୪୮ କିଲୋଗ୍ରାମ ଉଠାଇଥିଲେ ।

ସଙ୍କେତ ୫୫ କେଜି ଇଭେଣ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ଅନେକ ପୁରସ୍କାର ଜିତିଥିବା ସଙ୍କେତ ୫୫ କେଜି ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥାନ୍ତି । ସେ ଗତ ବର୍ଷ ତାଶକନ୍ଦରେ ହୋଇଥିବା ଚାମ୍ପିୟନସିପ୍ ୫୫ କେଜି ସ୍ନାଚ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଥିଲେ । ସେତେବେଳେ ସେ ୧୧୩ କେଜି ଉଠାଇଥିଲେ ।ଆଜି ଦ୍ୱିତୀୟ ଦିନରେ ଭାରତ ରୌପ୍ୟ ପଦକ ସହ ଖାତା ଖୋଲିଛି ।