ଶାଳଗ୍ରାମ ଶିଳାରେ ହେବ ଶ୍ରୀରାମ, ମା’ ସୀତାଙ୍କ ମୂର୍ତ୍ତି

ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଲା ୬୦୦ ଲକ୍ଷ ବର୍ଷ ପ୍ରାଚୀନ ଦୁଇଟି ଦୁର୍ଲଭ ଶାଳଗ୍ରାମ ଶିଳାଖଣ୍ଡ

0

ନୂଆଦିଲ୍ଲୀ: ଶାଳଗ୍ରାମ ଶିଳାରେ ହେବ ରାମ ସୀତାଙ୍କ ମୂର୍ତ୍ତି | ଏଣୁ ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ଖୋଦେଇ ହୋଇ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ଏବେ ଏହି ଶିଳାକୁ ନେଇ ଚାରିଆଡେ ଚର୍ଚ୍ଚା । ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ।

ଗୋଟିଏ ଶିଳାଖଣ୍ଡର ଓଜନ ୨୬ ଟନ୍‌ ହୋଇଥିବା ବେଳେ ଆରଟି ୧୪ ଟନ୍‌ ଓଜନ ବୋଲି କୁହାଯାଉଛି। ଏହି ଶାଳଗ୍ରାମ ଶିଳା ଶହେ କି ଦୁଇ ଶହ ବର୍ଷର ନୁହେଁ ବରଂ ସାଢେ ୬ କୋଟି ବର୍ଷ ପୁରୁଣା । ଭୂତତ୍ତ୍ୱବିତ ଏହାର କାର୍ବୋନ୍ ଡେଟିଂ ଏହା ନିରୂପଣ କରିପାରିଛନ୍ତି ।

ଏହା ନେପାଳରୁ ବିହାର ପଟ ଦେଇ ଅଯୋଧ୍ୟା ଅଭିମୁଖେ ଅଣାଯାଇଛି । ଯେଉଁପଟ ଦେଇ ଯାତ୍ରା ହେଉଛି ସେଠାରେ ଲୋକେ ଅଟକାଇ ପୂଜାଚ୍ଚନା କରୁଛନ୍ତି । ପବିତ୍ର ଶାଳଗ୍ରାମକୁ ନିକଟରେ ପାଇ ନିଜକୁ ଧନ୍ୟ ମନେ କରୁଛନ୍ତି ମନ୍ତ୍ରପାଠ, ଶ୍ରୀରାମ ଧ୍ୱନିରେ କମ୍ପୁଛି ପୁରା ପରିବେଶ । ମୂର୍ତ୍ତି ନିର୍ମାଣ ପାଇଁ ଆସିଥୁବା ଏହି ଦୁର୍ଲଭ ଶିଳା, ଯାହାର ଐତିହସିକ, ପୌରାଣିକ , ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି ।