ଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍

0

ମୋହାଲି: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପଞ୍ଜାବର ମୋହାଲିସ୍ଥିତ ‘ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏହି ମ୍ୟାଚ । ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଭାରତ ୧ ୱିକେଟ୍ ହରାଇ ୧୦.୪ ଓଭର୍ ଖେଳି ୫୭ ରନ୍ ସଂଗ୍ରହ କରିଛି। ଏଥିରେ ରୋହିତ ଶର୍ମା ୩୨ ରନ୍ ସଂଗ୍ରହ କରି କ୍ୟାଚ ଆଉଟ ହୋଇଥିଲେ । ହନୁମା ବିହାରୀ ୬ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୩୩ ବଲ୍ ଖେଳି ୨୧ ରନ୍ ସଂଗ୍ରହ କରିଛନ୍ତି ।

ଏଥିରେ ପ୍ରଥମ ଟସ୍ ଭାରତ ଜିତିଥିଲା । ପ୍ରଥମେ ବ୍ୟଟିଙ୍ଗ କରିବା ପାଇଁ ଅଧିନାୟକ ରୋହିତ ଶର୍ମା ନିଷ୍ପତ୍ତି ନେଇଥିଲେ । ଏଥିସହ ଭାରତୀୟ ଟିମରେ ରୋହିତ ଶର୍ମା, ଏମ୍. ଅଗରୱାଲ୍, ଏଚ୍. ବିହାରୀ, ଭି. କୋହଲି, ଏସ୍. ଆୟେର୍ (ୱିକେଟ୍ ରକ୍ଷକ), ଆର୍. ଜାଡେଜା, ଆର୍. ଅଶ୍ବିନୀ, ଏମ୍. ଶାମି, ଜେ. ବୁମ୍ରା ଏବଂ ଜେ. ଯାଦବ ଖେଳୁଛନ୍ତି ।