ଆଜି ଅର୍ଥାତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ବାଂଲାଦେଶ ଫ୍ରେଣ୍ଡସିପ ପାଇପ ଲାଇନର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୦୧୮ ରେ ଆମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ । ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାର ଉଦଘାଟନ କରିବାର ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଏହି ପାଇପଲାଇନ ବାଂଲାଦେଶର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ଉଦାହରଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ଫଳ ସ୍ୱରୂପ କୋଭିଡ ମହାମାରୀ ସମୟରେ ଆମେ ରେଳ ନେଟୱାର୍କ ମାଧ୍ୟମରେ ବାଂଲାଦେଶକୁ ଅମ୍ଳଜାନ ପଠାଇବାରେ ସକ୍ଷମ ହୋଇଥିଲୁ। ତାଙ୍କର ଏହି ଦୂରଦୃଷ୍ଟି ପାଇଁ ମୁଁ ପ୍ରଧାନମନ୍ତ୍ରୀ ଶେଖ ହସିନା ଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ଭାରତ କେତେ ବିଦ୍ୟୁତ ଦେଉଛି?
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବାଂଲାଦେଶକୁ ୧୧୦୦ ମେଗାୱାଟରୁ ଅଧିକ ବିଦ୍ୟୁତ ଯୋଗାଉଛି। ମୈତ୍ରି ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ପ୍ରଥମ ୟୁନିଟ୍ କାର୍ୟ୍ୟକ୍ଷମ ହୋଇଛି ଜ୍ଝ ଗତ ବର୍ଷ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ସମୟରେ ଏହାକୁ ଉଦଘାଟନ କରାଯାଇଥିଲା। ବର୍ତ୍ତମାନ ଆମେ ଶୀଘ୍ର ଦ୍ୱିତୀୟ ୟୁନିଟ୍ ଆରମ୍ଭ କରିବା ଦିଗରେ କାର୍ୟ୍ୟ କରୁଛୁ ।