ବନ୍ଦ ହେଲା ଭାରତ-ହଂକଂ ବିମାନ ଚଳାଚଳ

0

ନୂଆଦିଲ୍ଲୀ: ଭାରତରେ କୋରୋନା ମହାମାରୀର ପ୍ରକୋପ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣୁର ଶିକାର ହେଉଥିବାର ରେକର୍ଡ କରାଯାଉଛି । ଏଭଳି ପରିସ୍ଥିତିରେ ପଡୋଶୀ ରାଷ୍ଟ୍ର ହଂକଂ ଭାରତ ସହ ଏକ ସମ୍ପର୍କ ଛିନ୍ନ କରିଛି । ଆସନ୍ତା କାଲିଠୁ ୧୪ ଦିନ ଅର୍ଥାତ ମେ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକଂ ସରକାର । ଭାରତ ସହ ପାକିସ୍ତାନ ଏବଂ ଫିଲିପାଇନ୍ସ ସହ ମଧ୍ୟ ଆସନ୍ତାକାଲିଠୁ ବିମାନ ସେବା ବାତିଲ କରିବେ ହଂକଂ ସରକାର । ଭିସ୍ତାରା ବିମାନରେ ହଂକଂ ଯାଇଥିବା ୫୦ ଜଣ ଯାତ୍ରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଚି । ତେବେ ଦେଶକୁ ଆସିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ୭୨ ଘଣ୍ଟା ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଆର.ଟି.ପି.ସି.ଆର ଟେଷ୍ଟ କରାଇବା ପରେ ନେଗେଟିଭ ରିପୋର୍ଟ ଆସିଥିବା ଲୋକମାନେ ଦେଶ ଭିତରକୁ ଆସିବା ପାଇଁ ଅନୁମତି ଦିଆଯିବ । ପୂର୍ବରୁ ମୁମ୍ବାଇକୁ ସଂଯୋଗ କରୁଥିବା ସମସ୍ତ ଭିସ୍ତାରା ବିମାନକୁ ମେ ୨ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା ।