ଗତ ୨୪ ଘଣ୍ଟାରେ ଦେଶରୁ ୧୭,୩୩୬ କରୋନା ସଂକ୍ରମିତ ଚିନ୍ହଟ

ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବାରେ ଲାଗିଲାନି ।

0

(ଦିଲ୍ଲୀ) : ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବାରେ ଲାଗିଲାନି । ଗତ ୨୪ ଘଣ୍ଟାରେ ୧୭,୩୩୬ କରୋନା ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ଦିନକରେ କରୋନର ସଂକ୍ରମଣ ୩୦%ରୁ ଅଧିକ ବଢ଼ିଛି। ଗତକାଲି ତୁଳନାରେ ଏହା ୩୦.୨% ଅଧିକ । ଗୁରୁବାର ୧୩,୩୧୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

 

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୬୨,୨୯୪ରେ ପହଞ୍ଚି ଯାଇଛି। ଦୈନିକ ପଜିଟିଭିଟି ରେଟ ୪.୩୨% ରହିଥିବା ବେଳେ ସାପ୍ତାହିକ ଟିପିଆର ୩.୦୭% ରହିଛି। ଗୁରୁବାର ସମଗ୍ର ଦେଶରେ ୪,୦୧,୬୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ମହାମାରୀ କରୋନା ଦିନକରେ ଆଉ ୧୩ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ ଏଯାଏ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୪,୯୫୪କୁ ବୃଦ୍ଧି ପାଇଛି। କୋଭିଡ ମୃତ୍ୟୁହାର ୧.୨୧% ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ ଅନୁସାରେ, ସଂକ୍ରମଣ ବଢ଼ୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୮୮,୨୮୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦିନକରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୯୪ ବୃଦ୍ଧି ପାଇଛି।