ଭୁବନେଶ୍ୱର:ଗତକାଲି ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ରନ୍ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନ୍ର ଲକ୍ଷ୍ୟକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ହର୍ମନପ୍ରୀତ୍ କୌରଙ୍କ ଦଳ ୧୬୭/୮ରେ ଅଟକି ଯାଇଥିଲା।ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଭାରତର ଦୁର୍ବଳ କ୍ଷେତ୍ରରକ୍ଷଣର ଫାଇଦା ଉଠାଇ ୪ ୱିକେଟ୍ ବିନିମୟରେ ୧୭୨ ରନ୍ କରିଥିଲା। ୧୭୩ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।