ଆଫଗାନିସ୍ତାନରେ ଭୟାବହ ଭୂକମ୍ପ : ସହାୟତା ଯୋଗାଇବ ଭାରତ

ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ଆଫଗାନିସ୍ତାନରେ ଭୟାବହ ଭୂକମ୍ପ ଅନୁଭବ ହୋଇଛି ।

0

(ଆଫଗାନିସ୍ତାନ) : ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ଆଫଗାନିସ୍ତାନରେ ଭୟାବହ ଭୂକମ୍ପ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । ଫଳରେ ଏହି ଭୂକମ୍ପରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦୦ ଆହତ ହୋଇଛନ୍ତି । ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ଏହାରି ମଧ୍ୟରେ ଆଫଗାନିସ୍ତାନକୁ ଖୁବଶୀଘ୍ର ସହାୟତା ପଠାଇବ ଭାରତ। ତାଲିବାନ ସହିତ ଆଲୋଚନା କରି ଭାରତ କହିଛି ଯେ, ନୂଆଦିଲ୍ଲୀରୁ ତାଲିବାନକୁ ସହାୟତା ଯୋଗାଇଦିଆଯିବ।

ବୁଧବାର ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଭୂମିକମ୍ପର ତିବ୍ରତା ରିକ୍ଟର ସେଲରେ ୬.୧ ରହିଥିବା ବେଳେ କ୍ଷଣିକରେ ସବୁକିଛି ଛାରଖାର ହୋଇଯାଇଥିଲା। ଏହି ଭୂମିକମ୍ପରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଏ‌‌ଥିରେ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

 

ସେପଟେ ଆଫଗାନିସ୍ତାନର ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଭାରତ ପ୍ରତିଶୃତିବଦ୍ଧ। ଦିଲ୍ଲୀରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜାଇ ଭାରତର ଏକତା ଏବଂ ସମର୍ଥନକୁ ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନକୁ ନୂଆଦିଲ୍ଲୀର ଟିମ୍‌ ଚିହ୍ନି ନଥିବାବେଳେ ଏକ ଭାରତୀୟ ସରକାରୀ ଦଳ ତିନି ସପ୍ତାହ ପୂର୍ବରୁ କାବୁଲ ଗସ୍ତ କରିଥିଲେ। ଗତ ଅଗଷ୍ଟରେ ତାଲିବାନ ଦଖଲ ପରେ ଭାରତ ସରକାରଙ୍କ ଦ୍ବାରା ଏହି ଗସ୍ତ ପ୍ରଥମ ଥିଲା। ଆଫଗାନିସ୍ତାନକୁ ଭାରତୀୟ ମାନବିକ ସହାୟତାକୁ ତଦାରଖ କରିବା ଏବଂ ଭାରତୀୟ ଭିତ୍ତିଭୂମି କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ।