ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫଆଇଏଚ ହକି ପ୍ରୋ ଲିଗ ପୁରୁଷର ୪ର୍ଥ ସଂସ୍କରଣ । ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଛି । ବିଶ୍ୱରଟି ମହାଦେଶ ରୁ ଶ୍ରେଷ୍ଠ 9 ଗୋଟି ଦଳକୁ ନେଇ ଟାଇଟଲ ପାଇଁ ଲଢେଇ ହେବ । ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମ ରେ ଘରୋଇ ଭାରତ ଓ ନ୍ୟୁଜଲାଣ୍ଡ ମ୍ୟାଚ ସହ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ୪ର୍ଥ ସଂସ୍କରଣ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି ।
ଏଥିଲାଗି ନୁଆଁ ଅଧିନାୟକ ହରମନ ପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ହକି ଦଳ ପଡିଆକୁ ଓଲ୍ଲାଇଛି । କରୋନା ମହାମାରୀ ଲାଗି 2021-22 ସଂସ୍କାରଣରୁ ଓହରିଯାଇଥିବା ନ୍ୟୁଜଲାଣ୍ଡ ଏଥର ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୩୦ ତାରିଖ ରେ ପୁଣି ସ୍ପେନ ସହ ସାମ୍ନା ସାମନି ହେବ ଭାରତୀୟ ଦଳ…ଏହାପରେ ଦ୍ୱତୀୟ ଲେଗର ପ୍ରଥମ ମୁକାବିଲା ରେ ଭାରତ ନଭେମ୍ବର ୪ରେ ନ୍ୟୁଜଲାଣ୍ଡ ଓ ନଭେମ୍ବର 6 ରେ ସ୍ପେନ ସହ ଖେଳିବ ୪ଏହି ହାଇ ପ୍ରୋଫାଇଲ ମ୍ୟାଚ ସହ କଳିଙ୍ଗ କୁ ହକି ଫିଭର ଫେରିଛି।