ଟୋକିଓ ଅଲମ୍ପିକ : ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ

ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଶାନଦାର ବିଜୟ। ଉପଅଧିନାୟକ ହରମନପ୍ରୀତ ସିଂହ ଓ ରୁପିନ୍ଦର ପାଲ ସିଂହଙ୍କ ଶାନଦାର ଗୋଲ ଓ ଗୋଲକିପର ପିଆର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଦଳ।

0

(ଦିଲ୍ଲୀ) : ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଶାନଦାର ବିଜୟ। ଉପଅଧିନାୟକ ହରମନପ୍ରୀତ ସିଂହ ଓ ରୁପିନ୍ଦର ପାଲ ସିଂହଙ୍କ ଶାନଦାର ଗୋଲ ଓ ଗୋଲକିପର ପିଆର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଦଳ। ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି। ଭାରତୀୟ ଦଳ ପକ୍ଷରୁ ରୂପିନ୍ଦରପଲ୍ ସିଂ ୧୦ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ୨୬ ମିନିଟ୍ ଓ ୩୩ ମିନିଟରେ ହରମନପ୍ରୀତ୍ ସିଂ ଦୁଇଟି ଗୋଲ୍ ଦେଇଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍ ରସେଲ୍ ୬ ମିନିଟ୍ ଓ ଷ୍ଟିଫେନ୍ ଜେନେସ୍ ୪୩ ମିନିଟରେ ଦୁଇଟି ଗୋଲ୍ ଦେଇଥିଲେ । ନ୍ୟୁଜିଲାଣ୍ଡ ଖେଳ ଆରମ୍ଭରୁ ପ୍ରଥମ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିଲା । ରୁପିନ୍ଦର ପେନାଲ୍ଟି ଟ୍ରାକରେ ଗୋଲ୍ ଦେଇ ୧-୧ର ବାରବର ସ୍ଥିତିକୁ ଆଣିଥିଲେ ।

ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ପୁରୁଷ ଦଳ ଅଷ୍ଟମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ଉଭୟ ଖେଳାଳି ଗ୍ରୁପ୍-ଏରେ ସ୍ଥାନ ପାଇଛନ୍ତି। ଶୃଙ୍ଖଳିତ ତଥା ଚତୁର ରଣ କୌଶଳ ପ୍ରୟୋଗ କରି ଖେଳୁଥିବା ନ୍ୟୁଜିଲାଣ୍ଡକୁ ହରାଇବାରେ ସଫଳ ହୋଇଛି ଭାରତ। ରିଓ ଅଲିମ୍ପିକ୍ସ ପରଠାରୁ ଉଭୟ ଦଳ ପରସ୍ପରକୁ ୧୧ଥର ଭେଟ ହୋଇଥିଲେ। ଏଥିରୁ ଭାରତ ୮ଥର ବିଜୟ ହାସଲ କରିଛି । ଏହି ୧୧ଟି ମ୍ୟାଚ୍‌ରେ ଭାତର ମୋଟ୍‌ ୩୪ଟି ଗୋଲ୍‌ ସ୍କୋର କରିଛି।