ବହ୍ମୋସର ସଫଳ ପରୀକ୍ଷଣ କଲେ ଭାରତୀୟ ନୌସେନା

0

ଭାରତ : ଭାରତୀୟ ନୌସେନା ପକ୍ଷରୁ ବହ୍ମୋସ ମିସାଇଲର ହୋଇଛି ସଫଳ ପରୀକ୍ଷଣ । କ୍ରମାଗତ ପରୀକ୍ଷଣ ଭିତରେ ସଫଳତା ପାଇଛନ୍ତି ନୌସେନା । ଏହି ମିସାଇଲ ସାହାଯ୍ୟରେ ଲକ୍ଷଭେଦ କରିପାରିବେ ଭାରତୀୟ ସେନା । ଚର୍ଚ୍ଚା ହେଉଛି ଏହା ପୂର୍ବ ବହ୍ମୋସ ମିସାଇଲର ଉନ୍ନତ ସଂସ୍କରଣ । ଏହି ବ୍ରହ୍ମୋସ ମିସାଇଲରେ ଉନ୍ନତ ମାନର ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି । ଫଳରେ ଲକ୍ଷ ଭେଦ କରିବାର କ୍ଷମତା ଏଥିରେ ଅଧିକ ରହିଛି । ଏହାକୁ ଆତ୍ମନିର୍ଭର ଭାରତ ମିଶନର ମାଇଲ ଖୁଣ୍ଟ ବୋଲି କୁହାଯାଉଛି । ଏହି ବ୍ରହ୍ମୋସର ନୂତନ ସଂସ୍କରଣ ଆଇଏନଏମ ବିଶାଖାପାଚନାମ ସହିତ ମିଶି ଶତ୍ରୁଙ୍କ କଡା ମୁକାବେଲା କରିବ । ସମୁଦ୍ରରୁ ଉତକ୍ଷେପଣ କରାଯାଇ ପାରିବା ଲାଗି ଏହି ମିସାଇଲର ୪ଟି ଭାରିଆଣ୍ଟ ରହିଛି । ପ୍ରଥମଟି କ୍ଷୁଦ୍ଧ ଜାହଜରୁ ଉତକ୍ଷେପଣ କରାଯାଇ ପାରିବା ଭଳି ଆଣ୍ଟିସିପ ଭାରିଆଣ୍ଟ ରହିଥିବା ବେଳେ ଦ୍ୱିତୀୟଟିରେ ରହିଛି ଯୁଦ୍ଧ ଜାହାଜରୁ ଉତକ୍ଷେପଣ ହୋଇପାରୁଥିବା ଲ୍ୟାଣ୍ଡ ଆଟାକ ଭାରିଆଣ୍ଟ । ଏହି ଦୁଇଟି ଭାରିଆଣ୍ଟ ପ୍ରଥମରୁ ଭାରତୀୟ ନୌସେନାରେ ମହଜୁତ ରହିଛି । ତୃତୀୟଟି ଜଳ ଜାହାଜରୁ ଉତକ୍ଷେପଣ ହୋଇପାରୁଥିବା ଆଣ୍ଟିସିପ୍ ଭାରିଆଣ୍ଟ ଓ ଚତୁର୍ଥଟି ଜଳଜାହାଜରୁ ଉତକ୍ଷପଣ ହୋଇପାରୁଥିବା ଲ୍ୟାଣ୍ଡ ଆଟାକ ଭାରିଆଣ୍ଟ ।