ଦେଶରେ ଦିନକରେ ୩,୧୭,୫୩୨ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ବୃଦ୍ଧି ପାଇବାରେ ଲାଗିଛି ଫଳରେ ଚେନ ଭାଙ୍ଗିବାର ନାଁ ନେଉନି । ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି।
(ଦିଲ୍ଲୀ) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ବୃଦ୍ଧି ପାଇବାରେ ଲାଗିଛି ଫଳରେ ଚେନ ଭାଙ୍ଗିବାର ନାଁ ନେଉନି । ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଥିଲା। ତୃତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ ମାମଲା ୩ ଲକ୍ଷ ପାର କରିଛି।
ସୂଚନାନୁଯାୟୀ , ଦ୍ୱିତୀୟ ଲହରରେ ଏହି ଅଙ୍କ ଛୁଇଁବାକୁ ପ୍ରାୟ ୬୦ ଦିନ ଲାଗି ଯାଇଥିଲା। ଗତକାଲିଠାରୁ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।