ଟୀକାକରଣ ଅଭିଯାନରେ ସାମିଲ ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି

ଏନେଇ ବିରାଟ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କରୋନା ଟିକା ନେବା ସହିତ ଦେଶବାସୀଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ବିରାଟ।

0

(ମୁମ୍ବାଇ) : ସାରା ଦେଶରେ କରୋନା ମହାମାରୀ ଆତଙ୍କ ମଚାଇବାରେ ଲାଗିଛି । ଏସବୁ ମଧ୍ୟରେ ଟିକା କରଣ ପ୍ରକ୍ରିୟାକୁ ବ୍ୟାପକ କରାଯାଇଥିବା ବେଳେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଏନେଇ ବିରାଟ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କରୋନା ଟିକା ନେବା ସହିତ ଦେଶବାସୀଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ବିରାଟ।
ବିରାଟ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ଯେତେଶୀଘ୍ର ସମ୍ଭବ ଟିକା ନେଇ ଯାଅ, ସମସ୍ତେ ସୁସ୍ଥ ରୁହ’। ଅନ୍ୟପଟେ ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଈଶାନ୍ତ ଶର୍ମା ଓ ତାଙ୍କ ଧର୍ମ ପତ୍ନୀ ଟିକା ନେଇ ସାରିଛନ୍ତି।