ଭାରତ

ବାୟୁସେନାରେ ସାମିଲ ହେବ ୮୩ଟି ତେଜସ ବିମାନ

(ନୁଆଦିଲ୍ଳୀ) : ଭାରତୀୟ ବାୟୁସେନାରେ ସାମିଲ ହେବ ୮୩ଟି ତେଜସ ବିମାନ । ଭାରତ ସରକାର ୪୮ ହଜାର କୋଟି ଟଙ୍କାର ୮୩ଟି ତେଜସ ବିମାନ କିଣିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏହି ବିମାନ ଗୁଡିକୁ ସରକାର ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ) ଠାରୁ କିଣିବେ । ଏଥିପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କିଛି ଦିନ ମଧ୍ୟରେ ହାଲ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ସୂଚନା ମିଳିଛି । ଏହାଦ୍ୱାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ ଯୋଜନା’କୁ ପ୍ରୋତ୍ସାହନ ମିଳିବ । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମନିର୍ଭର କରିବାରେ ଏହି ଚୁକ୍ତି ବେଶ ସହାୟକ ହେବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି । ହାଲ ପକ୍ଷରୁ ନିର୍ମାଣ କରାଯାଉଥିବା ତେଜସ ବିମାନ ଏକ ୪ର୍ଥ ପିଢୀର ଲଢୁଆ ବିମାନ । ୨୦୨୬ ସୁଦ୍ଧା ବାୟୁସେନାକୁ ୬୦ଟି ତେଜସ ବିମାନ ହାଲ ଯୋଗାଇଦେବ ।

Related posts

ଦିଲ୍ଲୀରେ ବଢିଲା ଗ୍ୟାସ ଦର

Report

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଇ-ରକ୍ଷାବନ୍ଧନ

Report

ଉଠା ଦୋକାନୀଙ୍କ ସହ କଥା ହେବେ ମୋଦି

Report

Leave a Comment