ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌

0

ବ୍ୟୁରୋ : ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ ଆରମ୍ଭ । ଦିନିକିଆ ସିରିଜକୁ ମୂଳପୋଛ କରି ଜିତିବା ପରେ ଭାରତୀୟ ଦଳର ଲକ୍ଷ୍ୟ ଏବେ ଟେ୍ଵଣ୍ଟି-୨୦ ସିରିଜ ଉପରେ ରହିଛି । ସିରିଜରେ ୫ ଟି ମ୍ୟାଚ ଖେଳାଯିବା ବୋଲି ସୂଚନା ମିଳିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଣ୍ଡିଆ ଟିମ୍‌ ଖେଳିବ । ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ ଓପନ କରିପାରନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଇଶାନ କିଶାନ, ଶ୍ରେୟସ ଆୟର, ଦୀପକ ହୁଡା । ସ୍କ୍ଵାଡରେ ଅଛନ୍ତି ଆର ଅଶ୍ୱିନୀ । ରବୀନ୍ଦ୍ର ଜାଡେଜାଙ୍କ ଫିଟନେସ ମଧ୍ୟ ତାଙ୍କ ଖେଳିବା ନ ଖେଳିବା ଉପରେ ନିର୍ଭର କରୁଛି । କୁଲଦୀପ ଯାଦବ, ରବି ବିଷ୍ଣୋଇ ମଧ୍ୟ ଦଳରେ ଅଛନ୍ତି । ଅକ୍ଷର ପଟେଲ ମଧ୍ୟ ଭଲ ଫର୍ମରେ ନଜର ଆସୁଛନ୍ତି । ଅନ୍ୟପଟେ ଓ୍ଵାନଡେ’ର ବଦଲା ଟି-୨୦ରେ ନେବା ଲକ୍ଷ୍ୟରେ ରହିଛି ଓ୍ଵଷ୍ଟଇଣ୍ଡିଜ୍‌ ।