ରାଜ୍ୟଗୋଷ୍ଠୀ ମହିଳା କ୍ରିକେଟରେ ଭାରତ ବିଜୟ

0

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନ୍ତର୍ଗତ ଖେଳାଯାଉଥିବା ମହିଳା କ୍ରିକେଟରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ୧୦୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ବର୍ଷା ବାଧିତ ଏହି ମ୍ୟାଚକୁ ୧୮ ଓଭର ଲେଖାଏଁ କରିଦିଆଯାଇଛି। ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ହେଲେ ଭାରତୀୟ ଦଳର ଭଲ ବୋଲିଂ ଆଗରେ ପାକିସ୍ତାନର କୌଣସି ଖେଳାଳି ବେଶି ସମୟ ତିଷ୍ଠି ପାରି ନ ଥିଲେ। ନିୟମିତ ବ୍ୟବଧାନରେ ପାକିସ୍ତାନ ଦଳ ୱିକେଟ ହରାଇଥିଲା । ଭାରତ ପକ୍ଷରୁ ସ୍ନେହ ରାଣା ଓ ରାଧା ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ରେଣୁକା ସିଂହ, ମେଘନା ସିଂହ ଓ ସେଫାଳି ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।ପାକିସ୍ତାନର ପାଳି ଆରମ୍ଭ କରିଥିଲେ ମୁନିବା ଅଲି ଓ ଇରାମ ଜାଭେଦ୍।

କିନ୍ତୁ ପାକିସ୍ତାନ ମୂଳରୁ ହିଁ ବିପର୍ଯୟର ସାମ୍ନା କରିଥିଲା। ବିନା ରନରେ ପ୍ରଥମ ୱିକେଟ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟରେ ମୁବିନା ଓ ବିସମା ମାରୁଫ ୫୦ ରନରେ ଭାଗିଦାରୀ ହୋଇପାରିଥିଲେ।ସେହିପରି ଓପନର ମୁବିନା ୩୦ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ। ପାକିସ୍ତାନ ଇନିଂସରେ ଭାରତୀୟ ବୋଲରମାନେ ପାକ୍ ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇନଥିଲେ ।