୧୦୯ ରନର ସହଜ ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ବିଜୟ ହାସଲ କରିଛି ଭାରତ

0

ରାୟପୁର : ଦ୍ୱିତିୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଏକତରଫା ହରାଇଲା ଭାରତ । କିୱି ଦଳକୁ ୧ୱିକେଟରେ ହରାଇ ରୋହିତ ବାହିନୀର ବଡ ବିଜୟ । ୧୦୯ ରନର ସହଜ ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ହାସଲ କରିଛି ସଫଳତା । ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳର ନୈରାଶ୍ୟଜନକ ବ୍ୟାଟିଂ କରିଥିଲା । ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ମାତ୍ର ୧୦୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଗ୍ଲେନ୍ ଫିଲିପ୍ସ, ବ୍ରେସୱେଲ ଓ ସାଣ୍ଟନରଙ୍କୁ ଛାଡି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିବା ବେଳେ, ଟିମ୍ ଇଣ୍ଡିଆର ବୋଲରମାନେ ଦମଦାର ବୋଲିଂ ପ୍ରଦର୍ଶନ କରି ବିଜୟ ହାସଲ କରିଛନ୍ତି । ଆଜି ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ମଧ୍ୟ ସଠିକ୍ ବୋଲି ପ୍ରମାଣିତ କରିଛନ୍ତି ।