ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ ୫୯ ରନରେ ବିଜୟୀ: ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

୫ ଟିକିଆ ଟି-୨୦ ସିରିଜ୍‌ରେ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା

0

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ ୫୯ ରନରେ ବିଜୟୀ ହୋଇଛି । ଆମେରିକାର ଫ୍ଲୋରିଡ଼ାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ୱେଣ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୯୧ ରନ୍ କରିଥିଲା ।

ଭାରତ ପକ୍ଷରୁ ରିଶବ ପନ୍ତ ସର୍ବାଧିକ ୪୪ ରନ୍ କରିଥିଲେ । ଓପନର ଭାବେ ରୋହିତ ଏବଂ ସୂର୍ୟ୍ୟକୁମାର ଖେଳ ଆରମ୍ଭ କରିଥିଲେ । ରୋହିତ ଶର୍ମା ୧୬ ବଲରୁ ୩୩ ରନ କରିଥିଲେ । ସେ ୩ଟି ଛକା ସହ ଦୁଇଟି ୪ ମାରିଥିଲେ । ସୂର୍ୟ୍ୟକୁମାର ଯାଦବ ୧୪ ବଲରେ ୨୪ ରନ କରିଥିଲେ । ସେ ୨ଟି ଛକା ଏବଂ ଗୋଟିଏ ଚୈାକା ମାରିଥିଲେ । ଏହାପରେ ଦୀପକ ହୁଡା ୨୧ ରନ୍ ଏବଂ ରିଷଭ ପନ୍ତ ୪୪ ରନ୍ କରିବା ସହ ବେଶ ବଢ଼ିଆ ଖେଳିଥିଲେ । ସାମସନ ୩୦ ରନ୍ ଏବଂ ଅକ୍ଷର ପଟେଲ ୨୦ ରନ କରି ନଟଆଉଟ୍ ଥିଲେ ।

୧୯୨ ରନ ର ପିଛା କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ଟାରଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ ୧୩୨ ରନରେ ସମସ୍ତ ଉଇକେଟ ହରାଇଥିଲା । ଓପନର ଭାବେ କିଙ୍ଗସ ୧୩ ମେୟର୍ସ ୧୪ ରନ କରିଥିଲେ । ପୂରନ ୨୪ ରନ୍ ଏବଂ ପାଓ୍ବେଲ ୨୪ ରନ କରି ଆଉଟ ହୋଇଥିଲେ । ହୋଲଡର ୧୩ ରନ କରି ଆଉଟ ହୋଇଥିଲେ ।

ବଡ଼ ସ୍କୋର ପିଛା କରି ଓ୍ବେଷ୍ଟ ଇଣ୍ଡିଜ ମାତ୍ର ରନରେ ଅଲଆଉଟ ହୋଇଥିଲା । ଇଣ୍ଡିଆ ପକ୍ଷରୁ ଆଭେସ ଖାନ ୨ଟି ଉଇକେଟ ନେଇଥିବା ବେଳ ଅକ୍ଷର ପଟେଲ ୨ଟି ଉଇକେଟ ନେଇଥିଲେ । ଅର୍ଶଦୀପ ସିଂହ ୨ଟି ଉଇକେଟ ନେଇଥିବା ବେଳେ ରବି ବିଶ୍ନୋଇ ୨ଟି ଉଇକେଟ ନେଇଥିଲେ ।