ଭାରତୀୟ ଜିପିଆରଏସକୁୁ ମିଳିଲା ଅନ୍ତରାଷ୍ଟ୍ରୀୟ ମାନ୍ୟତା

0

(ଶିିଳାସ୍ମିତା ରାୟ) ଭୁୁବନେଶ୍ୱର: ଭାରତର ଦେଶୀ ଜିପିଏସ ଅର୍ଥାତ୍ ନେଭିଗେସନ ୱିଥ ଇଣ୍ଡିଆନ କନଷ୍ଟେଲେସନ (ନାଭିକ)କୁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ୩ ଜିପିପି (ଥାର୍ଡ ଜେନେରେସନ ପାର୍ଟନରସିପ ପ୍ରୋଜେକ୍ଟ) ମାନ୍ୟତା ମିଳି ଯାଇଛି । ଅବଶ୍ୟ ଜିପିଏସ ନୁହେଁ, ଏହା ଆରପିଏସ (ରିଜିଓନାଲ ନେଭିଗେସନ ସିଷ୍ଟମ) ଅଟେ । କିନ୍ତୁ ଏବେ ଅନ୍ତରାଷ୍ଟ୍ରୀୟ ଓ ଦେଶୀ ମୋବାଇଲ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକ ନାଭିକର ଉପଯୋଗ କରିପାରିବେ । ଅର୍ଥାତ୍ ଖୁୁବ ଶୀଘ୍ର ଆପଣ ନିଜ ମୋବାଇଲରେ ଭାରତୀୟ ଜିପିଏସର ଉପଯୋଗ କରି ପାରିବେ । ଏହା ମଧ୍ୟ ହୋଇପାରେ କି ଆପଣଙ୍କୁ ଜିପିଏସ ସହ ନାଭିକ ଆପ ମଧ୍ୟ ମୋବାଇଲରେ ମିଳିଯିବ । ଏହାକୁ ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ ପ୍ରସ୍ତୁତ କରିଛି ।
କାଲିଫର୍ନିଆରେ ୧୬ ରୁ ୨୦ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ଏକ ବୈଠକରେ ୩ଜିପିପି ନାଭିକକୁ ଅନ୍ତରାଷ୍ଟ୍ରୀୟ ସ୍ତରର ମାନକରେ ଉତ୍ତୀର୍ଣ୍ଣ କରିଛି । ଏବେ ଭାରତର ଟେଲି କମ୍ୟୁନିକେଶନ ଷ୍ଟାଣ୍ଡର୍ଡ ଡେଭଲପମେଣ୍ଟ ସୋସାଇଟି ଏହି ମାନକକୁ ରାଷ୍ଟ୍ରୀୟ ମାନକଗୁଡିକ ସହ ଯୋଡିଛି । ଏହାପରେ ଆପଣଙ୍କ ମୋବାଇଲରେ ଆମେରିକୀୟ ଜିପିଏସ ବଦଳରେ ନାଭିକ ଦେଖିବାକୁ ମିଳିବ ।