ଭାରତୀୟ ସ୍ୱଦେଶୀ ୫ଜି ସେବା ଅନ୍ୟ ଦେଶକୁ ଯୋଗାଇ ଦିଆଯିବ

0

ନୂଆଦିଲ୍ଲୀ: ଅକ୍ଟୋବର ୧୩ତାରିଖରେ ୫ଜି ସେବା ଭାରତରେ ଭିତ୍ତିଭୂମି ଆରମ୍ଭ ହୋଇସାରିଛି । ତେବେ ଏହି ସେବା ଅନ୍ୟ ଦେଶରେ ବାଣ୍ଟିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଭାରତ ୫ଜି ସେବା କଥା କହିଲେ ସୀତାରମଣ ଏସଏଆଇଏସ ସ୍କୁଲର ଛାତ୍ରମାନଙ୍କ ସହ କଥାବାର୍ତ୍ତା ସମୟରେ କହିଥିଲେ, ଭାରତର ୫ଜି ସେବା ଏପର୍ଯ୍ୟନ୍ତ ଲୋକମାନଙ୍କ ପାଖରେ ପହଁଂଚିନାହିଁ । ସେଠାରେ ପଚରା ଯାଉଥିବା ପ୍ରଶ୍ନ ମଧ୍ୟରୁ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ ଅର୍ଥମନ୍ତ୍ରୀ, ଆମ ଦେଶରେ ୫ଜି ସେବା ସମ୍ପୂର୍ଣ୍ଣରୂପେ ସ୍ୱତନ୍ତ୍ର ଅଟେ । ଦକ୍ଷିଣ କୋରିଆ ପରି ଦେଶରୁ ୫ଜି ସହାୟତା ଆସିପାରେ । ହେଲେ କାହାଠାରୁ କାହିଁକି ସହାୟତା ଆସିବ ।

ଆମଦେଶର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଯାହା ଆମେ ବର୍ତ୍ତମାନ ଚାହୁଁଥିବା ୫ଜି ସେବାକୁ ଯେକୌଣସି ଦେଶକୁ ଯୋଗାଇ ପାରିବ । ତେଣୁ ଆମର ୫ଜି ସେବା ଅନ୍ୟ କୌଣସି ସ୍ଥାନରୁ ଆମଦାନୀ ହେଉନାହିଁ । ଏହା ଆମର ନିଜସ୍ୱ ଉତ୍ପାଦ ବୋଲି ସୀତାରମଣ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତୀୟ ସହରଗୁଡିକରେ ୫ଜି ସେବା ଆରମ୍ଭ କରାଯାଇଅଛି । ଏବଂ ଏହା ୨୦୨୪ ସୁଦ୍ଧା ସମଗ୍ର ଦେଶକୁ ବିସ୍ତୃତ ହେଇଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଶେଷରେ ସିତାରମଣ କହିଛନ୍ତି ଭାରତର ସଫଳତା ପାଇଁ ଆମେ ଗର୍ବିତ ହୋଇପାରିବା ।