ଟୋକିଓ(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ଭିତରେ ଚାଲୁ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଟୋକିସରେ ପହଞ୍ଚିଛି ୮୮ ଜଣିଆ ଭାରତୀୟ ଦଳ । ଗତକାଲି ସକାଳେ ଏହି ଦଳ ଟୋିଓରେ ପଦାର୍ପଣ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସ୍ବିକୃତି କ୍ରମେ ପ୍ରଥମ ଦଫାରେ ୫୪ଜଣ ଖେଳାଳି ଓ ୩୪ଜଣ ସହଯୋଗୀ ସଦସ୍ୟ ପହଞ୍ଚିଛନ୍ତି। ସେମାନଙ୍କୁ ସ୍ବାଗତ କରିଛନ୍ତି ଭାରତର ଚିପ୍ ଡି ମିଶନ ବି.ପି ବୈଶ୍ୟ, ଉପ ଚିପ୍ ଡି ମିଶନ ପ୍ରେମ ବର୍ମା । ତେବେ ନୟମ ଅନୁଯାୟୀ ଦଳ ପ୍ରଥମେ ୩ ଦିନ ସଂଗରୋଧରେ ଦହିବା ପରେ କ୍ରୀଡାଗ୍ରାମକୁ ଯିବା ପାଇଁ ଅନୁମତି ଦିଆଯିବ ।
ଖେଳାଳିମାନେ ୩ ଦିନ ସଙ୍ଗରୋଧରେ ରହିବା ସମୟରେ କ୍ରୀଡ଼ାଗ୍ରାମର ଡାଇନିଂ, ବ୍ୟାୟାମଶାଳା, ପାର୍କ ଓ ଭିଲେଜ ପ୍ଲାଜା ଆଦିକୁ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଭାରତର ଚିପ୍ ଡି ମିଶନ ମୁଖ୍ୟ ବି.ପି ବୈଶ୍ୟ । ଭାରତୀୟ ଖେଳାଳିମାନଙ୍କ ଲାଗି ରହିବାର ବ୍ୟବସ୍ଥା କ୍ରୀଡ଼ା ଗ୍ରାମରେ ଟାୱାର-୧୫ର ୧୨ ଓ ୧୩ତମ ଫ୍ଲୋରରେ କରାଯାଇଛି। ସେମାନଙ୍କ ପାଇଁ ମୋଟ ୧୮୨ଟି କୋଠରୀର ବ୍ୟବସ୍ଥା କରାଯାଇଛି। ଟୋକିଓ ଅଲିମ୍ପିକ୍ସରେ ୧୧୯ଜଣ କ୍ରୀଡ଼ାବିତ୍ ଓ ୧୦୯ଜଣ ସହଯୋଗୀ ସଦସ୍ୟଙ୍କ ସହ ମୋଟ ୨୨୮ଜଣ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଏଥିମଧ୍ୟରେ ୪ ଜଣ ଓଡିଆ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି ।