ରିପୋଟର୍ସ ଟୁଡେ ବ୍ୟୁରୋ : ଏସିଆ କପ ଟି-୨୦ରେ ଭାରତୀୟ ମହିଳା ଦଳ । ସେମିଫାଇନାଲ ମ୍ୟାଚ୍ରେ ଥାଇଲାଣ୍ଡକୁ ୭୪ ରନରେ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପହଁଚିଛି । ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୧୪୮ ରନ କରିଥିଲା । ତେବେ ଥାଇଲାଣ୍ଡକୁ ଜିତିବା ପାଇଁ ଆଉ ୨୦ଓଭରରେ ୧୪୯ ରନ ଲକ୍ଷ ରହିଥିଲା । ହେଲେ ଥାଇଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ମାନେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ କ୍ରିଜରେ ରହି ପାରିନଥିଲେ । ସେଥିପାଇଁ ୨୦ଓଭର ୯ୱିକେଟରେ ୭୪ରନରେ ସୀମିତ ମ୍ୟାଚ ହାରିଯାଇଥିଲା ଥାଇଲାଣ୍ଡ ।
ଦଳ ପକ୍ଷରୁ ନରୁମୋଲ ଛାଇୱାଇ ସର୍ବାଧିକ ୪୧ ଟି ବଲ୍ ଖେଳି ୨୧ ରନ୍ କରିଥିବା ବେଳେ ନତାୟା ବୁଛାଥାମ ୨୯ ବଲ୍ ଖେଳି ୨୧ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇନଥିଲେ ।ଭାରତ ପକ୍ଷରୁ ଖେଳୁଥିବା ଦୀପ୍ତି ଶର୍ମା ଆଜି ସଫଳ ବୋଲର ହିସାବରେ ସାବ୍ୟସ୍ତ ହୋଇଛନ୍ତି । ୪ଓଭର ବୋଲିଙ୍ଗ କରି ମାତ୍ର ୭ରନ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ରାଜେଶ୍ୱରୀ ଗାୟକ୍ୱାଡ଼ ୪ ଓଭର ବୋଲିଂ କରି ୧୦ ରନ୍ ବିନିୟମରେ ୨ଟି ୱିକେଟ୍ ହାସଲ କରିଛନ୍ତି । ରେଣୁକା ସିଂ, ସ୍ନେହା ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟନ୍ ଅକ୍ତିଆର କରିଛନ୍ତି ।ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ ସଂଗ୍ରହ କରିଥିଲା ।
ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୨୮ ଟି ବଲ୍ ଖେଳି ୪୨ ରନ କରିଥିଲେ । ସେହିପରି ଅଧିନାୟକ ହରମନପ୍ରୀତ କୌର ୩୦ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ ଏବଂ ଜେମିମା ରୋଡ୍ରିଗ୍ସ ୨୬ ବଲ୍ ଖେଳି ୨୭ ରନର ଯୋଗଦାନ କରିଥିଲେ ।ତେବେ ଥାଇଲାଣ୍ଡ ପକ୍ଷରୁ ଖେଳୁଥିବା ସୋର୍ଣ୍ଣାରିଣ ଥିପୋଚ ୪ ଓଭରରେ ୨୪ ରନ ଦେଇ ୩ୱିକେଟ ଅକ୍ତିଆର କରିଥିଲେ । ଏବଂ ଅନ୍ୟ ଦୁଇ ମହିଳା ଫାନିତା ଓ ଥିପାଟଚା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହାକୁ ବାଦ ଦେଲେ ଆଜି ମଧ୍ୟାହ୍ନ ୧ଟାବେଳଠାରୁ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳ ଚାଳିଛି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ଯିଏ ଜିତିବ ସିଏ ଭାରତକୁ ଫାଇନାଲରେ ଭେଟିବ । ଆସନ୍ତା ୧୫ତାରିଖରେ ଫାଇନାଲ ମ୍ୟାଚ ଆୟୋଜିତ ହେବ ।